ଆଉ ସଡ଼କରେ ଚାଲିବନି, ଆକାଶରେ ଉଡ଼ିବ ଗାଡ଼ି; ସାଧାରଣ ଲୋକଙ୍କ ପାଇଁ ଏହି କମ୍ପାନି ତିଆରି କଲା ସ୍ୱତନ୍ତ୍ର ଫ୍ଲାଇଙ୍ଗ୍‌ କାର୍

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ବିଳମ୍ବ ନକରି ନିଜର ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି । ଟ୍ରାଫିକ୍ ଜାମ୍ ହେଉ କି ଦୂର ଯାତ୍ରା ହେଉ ଲୋକମାନେ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦିଓ ବିମାନ ସାହାଯ୍ୟରେ ଆମେ ଅଳ୍ପ ସମୟ ମଧ୍ୟରେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛେ, କିନ୍ତୁ ଏହା ସାଧାରଣ ଲୋକଙ୍କ ପାଇଁ ଏକ ସ୍ୱପ୍ନ ଅଟେ । ତେବେ, ସାମସନ୍ ସ୍କାଏ ନାମକ ଏକ କମ୍ପାନି ଯାହା ଫ୍ଲାଇଙ୍ଗ କାର୍ ତିଆରି କରିଛି । ଏହି କାରର ବିଶେଷତ୍ୱ ହେଉଛି, ଏଥିରେ ଅତି ସହଜରେ ଆକାଶରେ ଉଡ଼ି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବା । ଏହି କମ୍ପାନିର ଉତ୍ପାଦଗୁଡିକ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫ୍ଲାଇଙ୍ଗ କାରର ନାମ ହେଉଛି ସୁଇଚବ୍ଲେଡ୍ । ଏହି କାର୍ ଆମେରିକାରେ ଉପଲବ୍ଧ । ପ୍ରାୟ ଦୁଇ ହଜାର ଲୋକ ଏହି କାରକୁ ବୁକ୍ ମଧ୍ୟ କରିଛନ୍ତି । ସାମସନ୍ ସ୍କାଏ ନାମକ ଏକ କମ୍ପାନି ୧୪ ବର୍ଷ ମଧ୍ୟରେ ସ୍ୱପ୍ନର ଏହି ଫ୍ଲାଇଙ୍ଗ୍ କାର୍ ତିଆରି କରିଛି । ଆସନ୍ତୁ ଜାଣିବା ଏହି କାରର ବିଶେଷତା କ’ଣ ?

୧୪ ବର୍ଷର କଠିନ ପରିଶ୍ରମ ସହିତ ସାମସନ୍ ସ୍କାଏ ଏହି କାର୍ ତିଆରି କରିଛି । ଏହି କାରର ବିଶେଷତ୍ୱ ହେଉଛି,ଏହି କାରକୁ ସାଧାରଣ ଲୋକ ସହଜରେ ଚଲାଇ ପାରିବେ । ପ୍ରାରମ୍ଭରୁ, ଏହି କାର୍ ପାଇଲଟଙ୍କ ଦ୍ୱାରା ପରିଚାଳିତ ହେବ, କିନ୍ତୁ ଏହାକୁ ଚଲାଇବା ପାଇଁ ତାଲିମ ଆବଶ୍ୟକ ହେବ । ଏହି କାରର ପରୀକ୍ଷା ଶେଷ ହୋଇସାରିଛି, ଏଥିରେ ୩ଟି ଚକ ଲଗାଯାଇଛି । ପାଇଲଟଙ୍କ ସହିତ ଜଣେ ଯାତ୍ରୀ ମଧ୍ୟ ଏହି କାରରେ ବସିପାରିବେ ।

ସମ୍ବନ୍ଧିତ ଖବର