ନୂଆଦିଲ୍ଲୀ : କମନ୍ ଲ’ ଆଡ୍ମିସନ ଟେଷ୍ଟ ବା ସିଏଲ୍ଏଟି ଏଣିକି ଅନ୍ଲାଇନ୍ ହେବନାହିଁ। ଦେଶର ୨୧ଟି ଆଇନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ପ୍ରତିବର୍ଷ ଏହି ଟେଷ୍ଟର ଆୟୋଜନ କୁଳପତିଙ୍କ ସମୂହ କରାଇବ। ୨୦୧୯ରୁ ଏହି ପରୀକ୍ଷା ଅଫ୍ଲାଇନ୍ ହେବ। ଆସନ୍ତା ବର୍ଷ ମେ ୧୨ ତାରିଖରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା ଦ୍ବାରା ସିଏଲ୍ଏଟି ୨୦୧୯ ପରୀକ୍ଷା ପରିଚାଳନା କରିବା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଅପରପକ୍ଷରେ ଗତମାସରେ ସୁପ୍ରିମ୍ କୋର୍ଟ ସିଏଲ୍ଏଟିକୁ ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ସୁପ୍ରିମ୍ କୋର୍ଟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି ଓ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସହ ବିଚାରବିମର୍ଶ କରି ସେମାନଙ୍କ ସୁପାରିସ ସମ୍ପର୍କିତ ରିପୋର୍ଟ ପ୍ରଦାନ ପାଇଁ ଅନୁମତି ଦେଇଥିଲେ।
ଅନ୍ଲାଇନ୍ ହେବନାହିଁ ସିଏଲ୍ଏଟି
/sambad/media/post_attachments/wp-content/uploads/2018/12/clat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)