ସୀମାନ୍ତରେ ୧୦୦୦ ଫୁଟରୁ କମ ଉଚ୍ଚତାରେ ଉଡ଼ୁଥିବା ଡ୍ରୋନ୍‌କୁ ଗୁଳିକରି ଖସାଇ ଦେବାକୁ ସୁରକ୍ଷା ବାହିନୀକୁ ମିଳିଲା କ୍ଷମତା

ଚଣ୍ଡୀଗଡ଼: ଭାରତ- ପାକ୍‌ ଅନ୍ତର୍ଜାତିକ ସୀମାନ୍ତରେ ପାକିସ୍ତାନୀ ଡ୍ରୋନ୍‌ ଏବେ ଦେଶର ସୁରକ୍ଷା ପ୍ରତି ବିପଦର କାରଣ ପାଲଟିଥିବା ବେଳେ ସମ୍ବେଦନଶୀଳ ଓ ସ୍ପର୍ଶକାତର ଥିବା ଅନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ୧୦୦୦ ଫୁଟରୁ କମ୍‌ ଉଚ୍ଚତାରେ ଉଡ଼ୁଥିବା ଡ୍ରୋନ୍‌ ସବୁକୁ ଗୁଳି କରି ତଳକୁ ଖସାଇ ଦେବା ପାଇଁ ଭାରତ ସରକାର ଆଜି ସୁରକ୍ଷା ବାହିନୀକୁ କ୍ଷମତା ଦେଇଛନ୍ତି। ଏଣିକି ସୀମାନ୍ତ ଅଞ୍ଚଳରେ ଭାରତର ସୀମା ମଧ୍ୟରେ ୧୦୦୦ ଫୁଟରୁ କମ ଉଚ୍ଚତାରେ ଉଡ଼ିଥିବା ଡ୍ରୋନ୍‌ ସବୁକୁ ଦେଖିବା ମାତ୍ରେ ସୀମା ସୁରକ୍ଷା ବାହିନୀ ଓ ସୀମାନ୍ତ ଅଞ୍ଚଳରେ ମୁତୟନ ଥିବା ପୁଲିସ୍‌ ବାହିନୀ ଗୁଳି କରି ତଳକୁ ଖସାଇ ଦେଇ ପାରିବେ।

Times of India

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହୃତ ହେବାପରେ ଏବେ ପଞ୍ଜାବରେ ଆତ୍ମଗୋପନ କରି ରହିଥିବା କିଛି ଆତଙ୍କବାଦୀଙ୍କୁ ହାତ କରି ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି। ଏହି ଉଦ୍ଦେଶ୍ୟରେ ପଞ୍ଜାବରେ ଆତ୍ମଗୋପନ କରି ରହିଥିବା କିଛି ଆତଙ୍କବାଦୀଙ୍କ ନିକଟକୁ ପାକିସ୍ତାନ ଡ୍ରୋନ୍‌ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ନଗଦ ଅର୍ଥ ପଠାଉଛି। ପୂର୍ବରୁ ଦୁଇଟି ପାକିସ୍ତାନୀ ଡ୍ରୋନରୁ ଏକାଧିକ ଏକେ-୪୭ ସମେତ ବହୁ ପିସ୍ତଲ ସମେତ ଅନେକ ବହୁ ମାରଣାସ୍ତ୍ର ପଞ୍ଜାବ ସୀମା ମଧ୍ୟରୁ ପଞ୍ଜାବ ପୁଲିସ୍‌ ଜବତ କଲାପରେ ପାକିସ୍ତାନର ଏହି ଚାଲ ସଂପର୍କରେ ସୁରକ୍ଷା ବାହିନୀ ଜାଣିବାକୁ ପାଇଥିଲା। ଜିପିଏସ୍‌ ଖଞ୍ଜା ଯାଇଥିବା ଏହି ଡ୍ରୋନ୍‌ ସାହାଯ୍ୟରେ ପାକିସ୍ତାନ ୧୦ କିଲୋ ଓଜନର ମାରଣାସ୍ତ୍ର ଭାରତର ସୀମା ମଧ୍ୟକୁ ଚାଲାଣ କରୁଥିଲା।

ସମ୍ବନ୍ଧିତ ଖବର