ଏବେ ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ରାସ୍ତା ନିର୍ମାଣ କରିବାକୁ ଯାଉଛି ଗୁରୁଗ୍ରାମ, କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନିତିନ ଗଡ଼୍‍କରୀ ଦେଲେ ସୂଚନା

ଗୁରୁଗ୍ରାମ: ରାସ୍ତାରେ ଥିବା ଖାଲ ଏବଂ ପ୍ଲାଷ୍ଟିକ୍‌ର ସମସ୍ୟାକୁ ଦୂର କରିବା ପାଇଁ ସରକାର ଚିନ୍ତାରେ ଥିବା ବେଳେ ଏବେ ଦୁଇଟି ଜିନିଷର ସମାଧାନର ବାଟ ତାଙ୍କୁ ମିଳି ସାରିଛି । ପଶ୍ଚିମବଙ୍ଗ ପରେ ଏବେ ଗୁରୁଗ୍ରାମରେ ମଧ୍ୟ ପ୍ଲାଷ୍ଟିକକୁ ବ୍ୟବହାର କରାଯାଇ ସଡ଼କ ନିର୍ମାଣ କରାଯିବ ବୋଲି ଜଣା ପଡ଼ିଛି । ଯାହାଦ୍ୱାରା ରାସ୍ତାରେ ଥିବା ଖାଲର ସମସ୍ୟା ଦୂର ହେବା ସହ ପ୍ଲାଷ୍ଟିକ୍‌ ପାଇଁ ହେଉଥିବା ସମସ୍ୟା ମଧ୍ୟ ଦୂର ହେବ । ପ୍ରଥମେ ପଶ୍ଚିମବଙ୍ଗରେ ଏପରି କରାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଗୁରୁଗ୍ରାମ ମଧ୍ୟ ସେହି ବାଟ ଆପଣାଇଥିବା ଜଣା ପଡ଼ିଛି ।

indiatimes.com

ପ୍ଲାଷ୍ଟିକ୍‌ର ୧୦ପ୍ରତିଶତ ବିଟୁମେନ୍‌ ସହ ମିଶାଇ ସଡ଼କ ନିର୍ମାଣ କରାଯିବ ବୋଲି ଜଣା ପଡ଼ିଛି । ଯଦି ପ୍ଲାଷ୍ଟିକ୍‌ ଭଳି ଆବର୍ଜନାକୁ ବ୍ୟବହାର କରି ରାସ୍ତା ନିର୍ମାଣ କରାଯାଉଛି, ତେବେ ରାସ୍ତା ନିର୍ମାଣ ପାଇଁ ଲାଗୁଥିବା ଅର୍ଥ କମ ହେବା ସହ ପରିବେଶ ମଧ୍ୟ ପ୍ରଦୂଷଣ ମୁକ୍ତ ହୋଇ ପାରିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼୍‍କରୀ ସୂଚନା ଦେଇଛନ୍ତି । ଆସନ୍ତା ମାସଠାରୁ ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ରାସ୍ତା ନିର୍ମାଣ କାମ ଆରମ୍ଭ ହେବାକୁ ଥିବା ବେଳେ ଏହା ଦ୍ୱାରା ପରିବେଶ ପ୍ରଦୁଷଣକୁ ରୋକା ଯାଇ ପରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର