ଏଣିକି ଟନେଲରେ ବି ମିଳିବ ଇଣ୍ଟରନେଟ ସୁବିଧା: ଦୁନିଆର ପ୍ରଥମ ଟନେଲ ଭାବେ ଅଟଳ ରୋହତଙ୍ଗରେ ସଫଳ ପରୀକ୍ଷଣ

ରୋହତଙ୍ଗ: ଏଣିକି ଟନେଲରେ ବି ଚାଲିବ ମୋବାଇଲ ଫୋନ ଓ ଇଣ୍ଟରନେଟ | ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶର ରୋହତଙ୍ଗରେ ନିର୍ମାଣ ହୋଇଥିବା ଅଟଳ ଟନେଲରେ ଏହି ସୁବିଧା ଉପଲବ୍ଧ ହେବ | ବିଏସ୍ଏନ୍ଏଲ୍ ଦ୍ୱାରା ଅଟଳ ଟନେଲ୍ ରୋହତଙ୍ଗରେ ୪ଜି ସଂଯୋଗ ପରୀକ୍ଷା ସଫଳ ହୋଇଛି | ୪ଜି ସଂଯୋଗ ଯୋଗାଇବାରେ ଏହା ଦୁନିଆର ପ୍ରଥମ ଟନେଲ ହେବ | ଏହି ଟନେଲ ଭିତରେ ଇଣ୍ଟରନେଟର ସ୍ପିଡ଼ ୨୫ ଏମବିପିଏସ ରହିବ | ହାଇ ସ୍ପିଡ୍ ଯାନରେ ଇଣ୍ଟରନେଟର ସ୍ପିଡ଼ ୧୦ ଏମବିପିଏସ ରହିବ |

ଶନିବାର ବିଏସଏନଏଲ ଏକ ସଫଳ ପରୀକ୍ଷା କରିଛି। ଟନେଲର ମୁଖ୍ୟ ଫାଟକ ନିକଟରେ ଆଇପିପିବି ଏକ୍ସ ଉପକରଣ ସ୍ଥାପନ କରାଯାଇଛି, ଯାହାଦ୍ୱାରା ଏହା ଟନେଲ ସଂଲଗ୍ନ ଅଞ୍ଚଳରେ ଲ୍ୟାଣ୍ଡଲାଇନ, ବ୍ରଡବ୍ୟାଣ୍ଡ ଏବଂ ହଟଲାଇନ ଇତ୍ୟାଦି ସୁବିଧା ଯୋଗାଇବ | ଏଠାରେ ସୂଚନା ଥାଉ କି ସମୁଦ୍ରପତ୍ତନଠାରୁ ୧୦ ହଜାର ଫୁଟ ଉପରେ ନିର୍ମାଣ ହୋଇଥିବା ଏହି ଟନେଲ ପାଇଁ ୩୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି |

photo-the statesman

ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି ଟନେଲ ନାମିତ ହୋଇଥିବାବେଳେ ଏହି ଟନେଲର ଲମ୍ବା ୯ କିଲୋମିଟର ରହିଛି | ଟନେଲଟି ଲେହ-ମନାଲି ରାଜପଥରେ ନିର୍ମାଣ ହୋଇଥିବାବେଳେ ଏହା ହିମାଚଳପ୍ରଦେଶର ମନାଲି ଓ ଲଦାଖର ଲେହ ମଧ୍ୟରେ ଥିବା ୪୬ କିଲୋମିଟର ଦୂରତାକୁ କମ କରିଦେବ | ଉଲ୍ଲେଖ ଥାଉ କି ଟନେଲ ଭିତରେ ମୋବାଇଲ ନେଟୱାର୍କ ଏପର୍ଯ୍ୟନ୍ତ ସମ୍ଭବ ହୋଇନଥିବାବେଳେ ଅଟଳ ରୋହତଙ୍ଗ ଟନେଲ ନୂଆ କୀର୍ତ୍ତି ସ୍ଥାପନ କରିବାର ଆଶା ରହିଛି |

ସମ୍ବନ୍ଧିତ ଖବର