ନୂଆଦିଲ୍ଲୀ: ଯଦି ଆପଣ ଏସି କିଣିବା ପାଇଁ ଭାବୁଛନ୍ତି ତେବେ ଏକ ସୁବର୍ଣ୍ଣ ସୁଯୋଗ ଆପଣମାନଙ୍କ ପାଇଁ ଆସିଛି। ସରକାରୀ କମ୍ପାନି ଏନର୍ଜି ଇଫିସିଏନ୍ସି ସର୍ଭିସେସ ଲିମିଟେଡ (ଇଇଏସ୍ଏଲ୍) ଏସି ବିକ୍ରି ଆରମ୍ଭ କରିଛି। ଏହି ଏସି ମୂଲ୍ୟ ଅନ୍ୟ କମ୍ପାନିମାନଙ୍କ ଠାରୁ କମ୍ ରହିବ ବୋଲି କୁହାଯାଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଏନର୍ଜି ଇଫିସିଏନ୍ସି ସର୍ଭିସେଜ୍ ଲିମିଟେଡ (ଇଇଏସ୍ଏଲ୍) ଫେବ୍ରୁଆରି ୨୦୧୯ରେ ଉଚ୍ଚ ଦକ୍ଷତା ଏୟାର କଣ୍ଡିସନିଂ କାର୍ଯ୍ୟକ୍ରମର ଯୋଜନା ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଏହି ଏସିର ଶୁଭାରମ୍ଭ କରାଯିବ।
ଇଇଏସ୍ଏଲ ଏମଡି ସୌରଭ କୁମାରଙ୍କ କହିବାନୁସାରେ, ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ବିଏସ୍ଇଏସ୍ ରାଜଧାନୀ ପାଓ୍ଵର ଲିମିଟେଡ (ବିଆରପିଏଲ), ବିଏସ୍ଇଏସ୍ ଯୁମନା ପାଓ୍ଵର ଲିମିଟେଡ (ବିଓ୍ଵାଇପିଏଲ) ଓ ଟାଟା ପାଓ୍ଵର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟାଟା ପାଓ୍ଵର-ଡିଡିଏଲ୍)ର ଉପଭୋକ୍ତା ପାଇଁ ୫୦,୦୦୦ ଏସି ଉପଲବ୍ଧ କରାଯାଇଛି। ଏହି ଏସି ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ ମିଳିବ। ଦିଲ୍ଲୀ ବ୍ୟତୀତ ଅନ୍ୟ ସ୍ଥାନରୁ ବି ଗ୍ରାହକ ଏହି ଏସି ଅର୍ଡର କରି ପାରିବେ।
ଏପରି କରିବେ ଅର୍ଡର
ଗ୍ରାହକ ଇଇଏସ୍ଏଲର ଅନ୍ଲାଇନ୍ ପୋର୍ଟଲ ‘‘ଇଇଏସ୍ଏଲ ମାର୍ଟ’’ ମାଧ୍ୟମରେ ଏସି ପାଇଁ ଅର୍ଡର କରି ପାରିବେ। ଏହି ଏସିର ମୂଲ୍ୟ ୪୧,୩୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ଜିଏସ୍ଟି ବି ସାମିଲ ରହିଛି।