ଭାରତୀୟ ଯବାନଙ୍କ ସୁରକ୍ଷା କରିବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ ପ୍ରୁଫ୍ ଜ୍ୟାକେଟ୍

ନୂଆଦିଲ୍ଲୀ : ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଥିବା ଭାରତ ଏ କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି । ଭାରତୀୟ ସେନା ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ହାଲକା ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ।

କାନପୁରରେ ଥିବା ଡିଆରଡିଓର ପ୍ରତିରକ୍ଷା ସାମଗ୍ରୀ ଗବେଷଣା ଓ ଉତ୍ପାଦନକାରୀ ସଂଗଠନ ଡିଏମଏସଆରଡିଇ ପକ୍ଷରୁ ଏହି ବୁଲେଟ ପ୍ରୁଫ ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ମାତ୍ର ୯ କେଜି ହୋଇଥିବାବେଳେ ଏହା ଶକ୍ତିଶାଳୀ ଗୁଳିକୁ ଅଟକାଇ ଯବାନମାନଙ୍କୁ ସୁରକ୍ଷା ଦେଇପାରିବ । ଏହି ଜ୍ୟାକେଟର ନାଁ ରଖାଯାଇଛି ଫ୍ରଣ୍ଟ ହାର୍ଡ ଆର୍ମର ପ୍ୟାନେଲ । ଚଣ୍ଡିଗଡ଼ସ୍ଥିତ ଟର୍ମିନାଲ ବାଲିଷ୍ଟିକ୍ ରିସର୍ଚ୍ଚ ଲାବରୋଟୋରୀରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏଥିରେ ଏକ ସ୍ବତନ୍ତ୍ର ପ୍ରକାରର ଟେକନଲୋଜୀ ବ୍ୟବହାର କରାଯାଇଛି, ଯଦ୍ବାରା ଏହା ଗୁଣବତ୍ତା ଅକ୍ଷୁର୍ଣ୍ଣ ରହିବା ସହ ଏହାର ଓଜନ କମିଯାଇଛି । ଦୁର୍ଗମ ଯୁଦ୍ଧ କ୍ଷେତ୍ରରେ ଏହି ଜ୍ୟାକେଟ ଭାରତୀୟ ସେନା ପାଇଁ ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି । ପୂର୍ବରୁ ଭାରତୀୟ ସେନା ଏଧରଣର ଜ୍ୟାକେଟ ବିଦେଶରୁ ଆମଦାନୀ କରୁଥିଲା ।

ପୂର୍ବରୁ ଡିଆରଡିଓ ପକ୍ଷରୁ ନିଜସ୍ବ ଜ୍ଞାନକୌଶଳରେ ଆଉ ଏକ ବୁଲେଟ ପ୍ରୁଫ ଜ୍ୟାକେଟ ନିର୍ମାଣ କରାଯାଇଥିଲା ।

 

ସମ୍ବନ୍ଧିତ ଖବର