ନୂଆଦିଲ୍ଲୀ: ଏବେ ଗାଡିର କାଗଜପତ୍ର ଓ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ମୋବାଇଲ ନମ୍ବରକୁ ଲିଙ୍କ କରାଯିବା ନେଇ ଆଦେଶ ଜାରି ହେବାକୁ ଯାଉଛି | ଏହି ନୂଆ ନିୟମ ଏପ୍ରିଲ ୨୦୨୦ରୁ ଲାଗୁ ହେବାକୁ ଥିବାବେଳେ ପ୍ରଦୂଷଣ ସାର୍ଟିଫିକେଟକୁ ମଧ୍ୟ ମୋବାଇଲ ନମ୍ବର ସହ ଲିଙ୍କ କରିବାକୁ ପଡିବ | କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ଅଧିସୂଚନା ଜାରି କରି ଏହି ନିୟମକୁ ନେଇ ଲୋକଙ୍କ ରାୟ ମାଗିଛି | ଏହା ବାବଦରେ ଲୋକମାନେ ୩୦ ଦିନ ମଧ୍ୟରେ ଅର୍ଥାତ ଡିସେମ୍ବର ୨୯ ତାରିଖ ମଧ୍ୟରେ ନିଜ ମତ ରଖିପାରିବେ |

Advertisment

publive-image

କୁହାଯାଉଛି ଗାଡିର କାଗଜପତ୍ର ସହ ମୋବାଇଲ ନମ୍ବରର ଲିଙ୍କ ହେବା ଫଳରେ ଗାଡି ଚୋରି ହୋଇଗଲେ ସହଜରେ ସୂଚନା ମିଳିପାରିବ | ଗାଡିର କାଗଜପତ୍ର ଓ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ମୋବାଇଲ ନମ୍ୱର ଲିଙ୍କ ହେବା ଫଳରେ ଗାଡି ଚୋରି ପରେ ଏହାର ବିକ୍ରି କରାଯିବା ଉପରେ ଅଙ୍କୁଶ ଲଗାଯାଇପାରିବ | ଏହା ଛଡା ମୋବାଇଲ ନମ୍ବର ଲିଙ୍କ ହେବା ଦ୍ୱରା ଜିପିଏସ ମାଧ୍ୟମରେ ଗାଡି ସହ କୌଣସି ବ୍ୟକ୍ତିର ଅବସ୍ଥିତି ମଧ୍ୟ ଜାଣିହେବ |

ଏହା ସହ କେନ୍ଦ୍ର ସରକାର ଓ ଅନ୍ୟ ସରକାରୀ ସଂସ୍ଥା ପାଖରେ ଗାଡିର ସମସ୍ତ ସୂଚନା ଓ ଡ୍ରାଇଭିଙ୍ଗ ଲାଇସେନ୍ସର ସମ୍ପୂର୍ଣ୍ଣ ତଥ୍ୟ ମୋବାଇଲ ନମ୍ବର ସହ ରହିପାରିବ | ଯାହାଫଳରେ ଆବଶ୍ୟକ ପଡିଲେ ପୁଲିସ, ଆରଟିଓ ଓ ଅନ୍ୟ କୌଣସି ଏଜେନ୍ସି ସହଜରେ ଗାଡି ଚାଳକ ବା ମାଲିକଙ୍କ ସହ ସମ୍ପର୍କ କରିପାରିବେ |