ଗୌହାଟି: ଏନ୍ପିପି (ନ୍ୟାସନାଲ୍ ପିପୁଲ୍ସ ପାର୍ଟି)କୁ ଜାତୀୟ ଦଳର ମାନ୍ୟତା ମିଳିଛି। ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ଼ କେ ସାଂଗମାଙ୍କ ନେତୃତ୍ବାଧୀନ ଏନ୍ପିପିକୁ ନିର୍ବାଚନ କମିସନ ଜାତୀୟ ଦଳର ମାନ୍ୟତା ଦେଇଛନ୍ତି। ନିକଟରେ ସରିଥିବା ଲୋକସଭା ଏବଂ ଅରୁଣାଚଳ ରାଜ୍ୟ ବିଧାନସଭା ନିର୍ବାଚନରେ ଏନ୍ପିପିର ଭଲ ପ୍ରଦର୍ଶନ ପରେ ଏହା ଜାତୀୟ ଦଳର ମାନ୍ୟତା ପାଇବାପାଇଁ ଆବଶ୍ୟକ ଯୋଗ୍ୟତା ହାସଲ କରିବାରୁ କମିସନ୍ ଏହି ଦଳକୁ ଜାତୀୟ ଦଳର ମାନ୍ୟତା ଦେଇଛନ୍ତି। ତେବେ ଉତ୍ତର ପୂର୍ବରେ ପ୍ରଥମ ଦଳ ଭାବେ ଏନ୍ପିପିକୁ ଏହି ମାନ୍ୟତା ମିଳିଛି। ୨୦୧୩ରେ ମେଘାଳୟ ମୁଖ୍ୟମନ୍ତ୍ରୀ ସାଂଗମାଙ୍କ ବାପା ତଥା ପୂର୍ବତନ ଲୋକସଭା ବାଚସ୍ପତି ପୁର୍ନୋ ଅଗିତକ୍ ସାଂଗମାଙ୍କ ଦ୍ବାରା ଏନ୍ପିପି ଗଠନ ହୋଇଥିଲା। ସେ ଉତ୍ତରପୂର୍ବରେ ସବୁଠୁ ଟାଣୁଆ ରାଜନେତା ଥିଲେ। ଗତକାଲି ପର୍ଯ୍ୟନ୍ତ ଏହି ଦଳ ମଣିପୁର, ନାଗାଲାଣ୍ଡ୍, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ରାଜ୍ୟ ଦଳ ଭାବେ ପରିଚିତ ଥିବାବେଳେ ଆଜି ଏହା ଏକ ଜାତୀୟ ଦଳ ଭାବେ ବିବେଚିତ ହୋଇଛି। ଏହା କେବଳ ଏନ୍ପିପି ପାଇଁ ଏକ ବଡ଼ ସଫଳତା ନୁହେଁ ବରଂ ଉତ୍ତରପୂର୍ବର ସମସ୍ତ ଲୋକମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଏନ୍ପିପି ଉପରେ ଲୋକେ ଭରସା କରିଥିବାରୁ ଆଜି ଏହି ସଫଳତା ମିଳିଛି ବୋଲି ସାଂଗମା ଟ୍ବିଟ୍ କରି କହିଛନ୍ତି।
ଉତ୍ତର ପୂର୍ବରେ ପ୍ରଥମ, ଏନ୍ପିପିକୁ ମିଳିଲା ଜାତୀୟ ଦଳର ମାନ୍ୟତା
/sambad/media/post_attachments/wp-content/uploads/2019/06/npp-conrad-k-sangma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)