ଏଣିକି ତାଜ୍‌ମହଲ ପରିସରରେ ୩ ଘଣ୍ଟାରୁ ଊର୍ଧ୍ୱ ସମୟ ରହିଲେ ଦେବାକୁ ପଡ଼ିବ ଅତିରିକ୍ତ ଦେୟ

ଆଗ୍ରା: ଏଣିକି ତାଜ୍‌ମହଲ ପରିସରରେ ୩ ଘଣ୍ଟାରୁ ଊର୍ଧ୍ୱ ସମୟ ବିତାଇଲେ ପର୍ଯ୍ୟଟକଙ୍କୁ ଅତିରିକ୍ତ ଦେଣ ଦେବାକୁ ପଡ଼ିବ। ଏ ନେଇ ଏକ ସର୍କୁଲାର ଜାରି କରାଯାଇଛି। ବେନିୟମ ପ୍ରବେଶ ରୋକିବା ପାଇଁ ତାଜ୍‌ମହଲ ନିକଟରେ ଟର୍ଣ୍ଣଷ୍ଟାଇଲ୍‌ ଗେଟ୍‌ କରାଯାଇଛି।

ପୂର୍ବ ଏବଂ ପଶ୍ଚିମ ପବେଶ ଦ୍ୱାରରେ ସମୁଦାୟ ୭ଟି ଟର୍ଣ୍ଣଷ୍ଟାଇଲ୍‌ ଗେଟ୍‌ କରାଯାଇଛି। ସେଥିରୁ ୫ଟି ଗେଟ୍‌ ପ୍ରସ୍ଥାନ ପାଇଁ ରହିଛି। ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ସକାଶେ ପୃଥକ ଗେଟ୍‌ ରହିଛି।

ପ୍ରବେଶ ବେଳେ ପର୍ଯ୍ୟଟକମାନଙ୍କୁ ଏକ ଟୋକନ୍‌ ପ୍ରଦାନ କରାଯିବ, ଯାହାକି ୩ ଘଣ୍ଟା ପର୍ଯ୍ୟନ୍ତ କାମ କରିବ। ସେହି ୩ ଘଣ୍ଟା ପରେ ପର୍ଯ୍ୟଟକଙ୍କୁ ତାଜମହଲରେ ରହିବା ପାଇଁ ଅତିରିକ୍ତ ଦେୟ ଦେବାକୁ ହେବ।

ଅଧିକ ସମୟ ରହିବା ପାଇଁ ପର୍ଯ୍ୟଟକମାନେ ପ୍ରବେଶ କାଉଣ୍ଟର୍‌ ନିକଟରେ ଅତିରିକ୍ତ ଦେୟ ଦେଇ ସମୟ ବଢ଼ାଇ ଯାଇପାରିବେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ତାଜ୍‌ମହଲ ପରିସରରେ ପର୍ଯ୍ୟଟକଙ୍କୁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ରହିବାର ଅନୁମତି ଥିଲା।

ସମ୍ବନ୍ଧିତ ଖବର