ରାଜ୍ୟ ସରକାର, ଘରୋଇ କମ୍ପାନି ବିଦେଶରୁ କରୋନା ଟିକା ଆମଦାନି କରିପାରିବେ, କେନ୍ଦ୍ର ଦେଲା ଅନୁମତି

ନୂଆଦିଲ୍ଲୀ : ଦେଶରେ ଟିକାର ବ୍ୟାପକ ଅଭାବ ଦେଖାଯ଼ିବା ପରେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଘରୋଇ କମ୍ପାନି ଓ ରାଜ୍ୟ ସରକାରମାନଙ୍କୁ ବିଦେଶରୁ ମଂଜୁରୀପ୍ରାପ୍ତ ଟିକା ଆମଦାନି ପାଇଁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା (ସିଡିଏସସିଓ) କେତେକ ନିୟମାବଳୀ ପ୍ରସ୍ତୁତ କରିଛି ।

ଏହି ନିୟମାବଳୀ ଅନୁସାରେ ଯ଼ଦି କୌଣସି ବିଦେଶୀ ଟିକାକୁ ଭାରତୀୟ ଔଷଧ ନିୟାମକ ମଂଜୁରୀ ଦେଇଛନ୍ତି, ତେବେ ଘରୋଇ କମ୍ପାନି ଓ ରାଜ୍ୟ ସରକାରଙ୍କ ଔଷଧ ନିଗମଗୁଡ଼ିକ ସେଗୁଡ଼ିକୁ ଆମଦାନି କରିପାରିବେ । ଏଥିପାଇଁ ସିଡିଏସସିଓ ଆମଦାନୀ ଲାଇସେନ୍ସ ପ୍ରଦାନ କରିବେ ।

ଯ଼ଦି ଉକ୍ତ ବିଦେଶୀ ଟିକାଟି ଅନୁମତି କିମ୍ବା ଲାଇସେନ୍ସ ପାଇନାହିଁ, ତେବେ ଭାରତରେ ଥିବା ଉକ୍ତ ଟିକା କମ୍ପାନିର ଭାରପ୍ରାପ୍ତ ପ୍ରତିନିଧି ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାଙ୍କ ଠାରୁ ଲାଇସେନ୍ସ ପାଇବା ପାଇଁ ଆବେଦନ କରିବେ ।
ସୂଚନାଯୋଗ୍ୟ ଯେ, ଭାରତରେ କରୋନାର ୨ୟ ଲହର ଆସିବା ପରେ ଟିକାର ଚାହିଦା ହଠାତ ବଢିଯାଇଛି । କିନ୍ତୁ ଭାରତରେ ମାତ୍ର ଦୁଇଟି ପ୍ରକାରର ଟିକା ଉପଲବ୍ଧ ଥିବାରୁ ଦେଶରେ ଟିକା ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଉ କେତେକ ବିଦେଶୀ ଟିକାକୁ ଅନୁମତି ଦେବାକୁ ଯୋଜନା କରୁଛନ୍ତି । ଋଷିଆର ସ୍ପୁଟନିକ ଟିକାକୁ ଏବେ ବିଦେଶରି ଆମଦାନି କରାଯ଼ାଉଛି ।ଏଥିପାଇଁ ଡ. ରେଡୀ ଲାବକୁ ଲାଇସେନ୍ସ ଦିଆଯ଼ାଇଛି ।

ସମ୍ବନ୍ଧିତ ଖବର