ନୂଆଦିଲ୍ଲୀ: ସାଧାରଣ ବସମାନଙ୍କରେ ଷ୍ଟୁଡେଣ୍ଟ ପାସ ବ୍ୟବସ୍ଥା ଥିବାବେଳେ ଦିଲ୍ଲୀ ସରକାର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଡିଟିସିର ଏସି ବସରେ ମଧ୍ୟ ପାସ ବ୍ୟବସ୍ଥା ଲାଗୁ କରିଥିବା ନେଇ ସଡ଼କ ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ଶନିବାର ସୂଚନା ଦେଇଛନ୍ତି । ଯାହାକୁ ନେଇ ଏକ ନୋଟିଫିକେଶନ ଜାରି କରାଯାଇଛି । ଗତମାସ ଦିଲ୍ଲୀ କ୍ୟାବିନେଟ ଡିଟିସିର ଏସି ବସରେ ପାସ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଉପରେ ମଞ୍ଜୁରୀ ଦେଇଥିଲେ। ଏବେ ଏହି ପ୍ରସ୍ତାବ ଉପରେ ଡିଟିସି ଏକ ସର୍କୁଲାର ଜାରି କରିଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ଵାରା ୮.୫ ଲକ୍ଷ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ ।
ସୂଚନାଯୋଗ୍ୟ, ଏଣିକି ଏସି କିମ୍ବା ନନଏସି ବସରେ ଗୋଟିଏ ପ୍ରକାର ପାସ ବ୍ୟବସ୍ଥା ରହିବ । ପୂର୍ବରୁ ପାସ ଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ନୂଆ ବ୍ୟବସ୍ଥାରେ ଏସି ବସରେ ଯାତ୍ରା କରିପାରିବେ ବୋଲି ସଡ଼କ ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ସୂଚନା ଦେଇଛନ୍ତି।
ଡିଟିସର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ପ୍ରତିବର୍ଷ ୮.୫ଲକ୍ଷ ଷ୍ଟୁଡେଣ୍ଟ ପାସ୍ ବନା ଯାଇଥାଏ। ଡିଟିସିର ପାଖାପାଖି ୨୫ଲକ୍ଷ ପାସ୍ ବନାଯାଇଥାଏ, ଯେଉଁଥିରେ ୯ଲକ୍ଷ ଜେନେରାଲ ପାସ୍ ଓ ୮.୫ଲକ୍ଷ ଷ୍ଟୁଡେଣ୍ଟପାସ୍ ରହିଥାଏ। ଏବେ ଯେଉଁ ଛାତ୍ରଛାତ୍ରୀମାନେ ପାସ୍ କରି ଦେଇଛନ୍ତି, ସେହି ବସ୍ ପାସ୍ ଏସି ବସ୍ରେ ବି ଲାଗୁ ହୋଇଛି। ସେହିପରି ଯେଉଁମାନେ ନୂଆ ପାସ୍ କରିବେ, ସେମାନଙ୍କ ପାଇଁ ଏସି ଓ ନନ୍ ଏସି ବସ୍ ପାସ୍ ଗୋଟିଏ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/remote.jpg)