ଏବେ ଆମେ ହରିଙ୍କ ଭରସାରେ…! କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହେବାପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଜେଡେୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ସଂପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଜଣେ ସୁଲେଖକ, ଜ୍ଞାନୀ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ଜଣେ ଅତି ପ୍ରିୟ ବ୍ୟକ୍ତି ବୋଲି କହିଛନ୍ତି ମୋଦି । ଏଥିସହ ପ୍ରଧାନମନ୍ତ୍ରୀ କହିଥିଲେ କି ଆମେ ଏବେ ହରିଙ୍କ ଭରସାରେ ରହିଲେ।

ପ୍ରଥମ ଥର ଲାଗି ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ହରିବଂଶ ନାରାୟଣ ସିଂ ହିନ୍ଦୀ ଦୈନିକ ‘ପ୍ରଭାତ ଖବର’ର ସଂପାଦକ ଥିଲେ। ୨୪୪ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ହରିବଂଶ ନାରାୟଣ ସିଂଙ୍କୁ ୧୨୫ଟି ଭୋଟ ମିଳିଥିବା ବେଳେ ପ୍ରତି ମିଳିତ ବିରୋଧୀଦଳ ପ୍ରାର୍ଥୀ କଂଗ୍ରେସର ହରିପ୍ରସାଦଙ୍କୁ ୧୦୫ଟି ଭୋଟ ମିଳିଛି। ସେ ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କ ଆସନ ନିକଟକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିବାଦନ ଜଣାଇଥିଲେ।

प्रभात खबर

ଉଲ୍ଲେଖଯୋଗ୍ୟ କି ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ପି.ଜେ କୁରିଆନ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ଫଳରେ ଜୁଲାଇ ଠାରୁ ଏହି ପଦବି ଶୂନ୍ୟ ଥିଲା।

ସମ୍ବନ୍ଧିତ ଖବର