କରୋନା ସଂକ୍ରମଣ ନେଇ ବିପଦରେ ବିଶ୍ବ : ସତ ଲୁଚାଉଛି ଚୀନ୍

ମହମ୍ମଦ ହିଫଜୁର ରହେମାନ୍

କରୋନା ଭାଇରସ ୨୦୦ରୁ ଅଧିକ ଦେଶକୁ ଗ୍ରାସ କରି ସାରିଲାଣି। ବର୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦ ହଜାର ପ୍ରାଣ ହରାଇଲେଣି। ୨ ଲକ୍ଷ ୧୫ ହଜାର ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି। କିନ୍ତୁ ଏହି ଭାଇରସ ଯେଉଁ ଗତିରେ ବ୍ୟାପି ଚାଲିଛି ସେଥିରୁ ଜଣାପଡ଼ୁଛି ନିକଟ ଭବିଷ୍ୟତରେ ଏହା ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବା ସ୍ଥିତିରେ ନାହିଁ। ଗତ ବର୍ଷ ଡିସେମ୍ବରରେ ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସର ଏବେ କେନ୍ଦ୍ରସ୍ଥଳୀ ପାଲଟିଛି ୟୁରୋପ। ଏହି ଭାଇରସ୍ ଯୋଗୁଁ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ୍ ଛାରଖାର ହୋଇଯାଇଥିବା ବେ‌େଳ ଆମେରିକା ମହାବିପଦରେ ପଡ଼ିଗଲାଣି।

୨୦୧୯ ଡିସେମ୍ବରରେ ଆରମ୍ଭ ହୋଇଥିବା କରୋନା ଗତ ୪ ମାସ ମଧ୍ୟରେ ଭୟଙ୍କର ଭାବେ ମାଡ଼ି ଚାଲିଛି ଏବଂ ନିୟନ୍ତ୍ରଣକୁ ଆସୁ ନାହିଁ। ଏଥିପାଇଁ ବିଶ୍ବ ସମୁଦାୟ ଚୀନ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଦାୟୀ କରିବା ସ୍ବାଭାବିକ। ଚୀନ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦାୟିତ୍ବହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ବର୍ଷ ଡିସେମ୍ବରରେ ଉହାନ ସହରରୁ ଯେତେବେଳେ ଏହି ରୋଗ ବ୍ୟାପିବା ଆରମ୍ଭ କଲା ଚୀନ ସେତେବେଳେ ଏହାକୁ ଗୁରୁତ୍ବ ଦେଲାନି। ଏହି ଭାଇରସ ମାରାତ୍ମକ ହେବ ଏବଂ ମହାମାରୀର ରୂପ ନେବ ବୋଲି ଉହାନର ଜଣେ ଡାକ୍ତର ସତର୍କ କରାଇଥିଲେ। ସେହି ଡାକ୍ତର ଜଣକ ହେଉଛନ୍ତି ଡକ୍ଟର ଲି ୱିନଲିଆଙ୍ଗ। କିନ୍ତୁ ତାଙ୍କୁ ଡରାଇ ଧମକାଇ ଚୁପ୍‌ କରିଦେଲା ଚୀନ। ସେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିଲା ଚୀନ। ଶେଷରେ ସେହି ରୋଗରେ ଡାକ୍ତର ଜଣକ ପ୍ରାଣ ହରାଇଲେ ଗତ ଫେବୃଆରୀ ମାସରେ। କେବଳ ଏତିକି ନୁହେଁ ଏହି ଖବର ପରିବେଷଣ ଉପରେ ମଧ୍ୟ କଟକଣା ଲଗାଇଥିଲା ଏବଂ ଏଭଳି ସତର୍କ ସୂଚନା ‌ଦେଉଥିବା ଲୋକମାନଙ୍କର ତଣ୍ଟି ଚିପିଦେଲା। ‌େସହି ସମୟରେ ଚୀନ ଗୁରୁତ୍ବ ଦେଇ ଏହାର ପ୍ରତିକାର କରିଥିଲେ ଏବଂ ବିଶ୍ବ ସମୁଦାୟକୁ ଏବିଷୟରେ ସୂଚନା ଦେଇଥିଲେ ଆଜି ଏଭଳି ଅସହାୟ ଅବସ୍ଥା ଦେଖିବାକୁ ମିଳିନଥାନ୍ତା। ଅନ୍ୟପକ୍ଷରେ ଚୀନ ଉହାନରୁ ହଜାର ହଜାର ଲୋକଙ୍କୁ ବିଦେଶ ଯିବାକୁ ଅନୁମତି ଦେଲା, ଯାହା ଏବେ ସବୁ ଅନର୍ଥର କାରଣ ‌େହାଇଛି।

image Credit : China daily

ଏହାସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ମହାମାରୀକୁ ‌େରାକିବା ଲାଗି ‌େଯଭଳି ପଦକ୍ଷେପ ନେବା କଥା ସଂଗଠନ ତାହା କରିନଥିଲା। ଅନ୍ୟପକ୍ଷରେ ଏହା ଚୀନକୁ ସୁହାଇଲା ଭଳି କାମ କଲା। ଚୀନରେ ସଂଗଠନର ପ୍ରତିନିଧି ଥିଲେ ମଧ୍ୟ ସେ ମହାମାରୀ ସଂପର୍କରେ ସୂଚନା ଦେଇନଥିଲେ। ପରିସ୍ଥିତି ବାହାରକୁ ଯାଉଥିବା ଦେଖି ଶେଷରେ ମହାମାରୀ ବ୍ୟାପିବାର ତିନି ମାସ ପରେ ଯାଇ ସଂଗଠନ ଏହାକୁ ବିଶ୍ବ ମହାମାରୀ ବୋଲି ଘୋଷଣା କଲା। ସେତେବେଳକୁ ପରିସ୍ଥିତି ଆଉ ନିୟନ୍ତ୍ରଣରେ ନଥିଲା।

ଏହି ବିବାଦର କେନ୍ଦ୍ରରେ ରହିଛି ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି। କୁହାଯାଉଛି ଯେ ଏଠାରୁ ହିଁ ଭାଇରସର ସୃଷ୍ଟି ହୋଇଛି। ଏହାକୁ ଚୀନର ଜୈବିକ ଅସ୍ତ୍ର ନିର୍ମାଣ ସହ ମଧ୍ୟ ‌େଯାଡ଼ାଯାଉଛି। କିନ୍ତୁ ଅନୁଷ୍ଠାନର ବୈଜ୍ଞାନିକମାନେ ଏହାକୁ ମାତ୍ର ସଂଯୋଗ ବୋଲି କହୁଛନ୍ତି। ତେବେ ଅନେକ ବିଶେଷଜ୍ଞଙ୍କର ମତ ଯେ ଏହି ରୋଗ ଜୀବଜନ୍ତୁମାନଙ୍କ ଠାରୁ ସଂକ୍ରମିତ ହୋଇଛି। ଚୀନ ଲୋକମାନଙ୍କର ଖାଇବା ଅଭ୍ୟାସ (ବିଷାକ୍ତ ଜନ୍ତୁ) ଭିନ୍ନ ଥିବାରୁ ଏହା ମଣିଷକୁ ସଂକ୍ରମିତ କରିଛି। ଏହା ବାଦୁଡ଼ିରୁ ସଂକ୍ରମିତ ହୋଇଛି କିମ୍ବା ବାଦୁଡ଼ି ଅନ୍ୟ ପ୍ରାଣୀ ଦ୍ବାରା ସଂକ୍ରମିତ ହୋଇଥାଇପାରେ। ତେବେ ଏଥିରେ କୌଣସି ଦ୍ବିମତ ନାହିଁ ଯେ ଏହି ଭାଇରସ ଚୀନରୁ ଏହି ବ୍ୟାପିଛି। ଏଇଥିପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଚାଇନିଜ୍ ଭାଇରସ ବୋଲି କହୁଛନ୍ତି। ଏଭଳି ଭାଇରସ ଚୀନରୁ ବ୍ୟାପିବା କୌଣସି ନୂଆ କଥା ନୁହେଁ। ଏହାପୂର୍ବରୁ ୨୦୦୨ରେ ମଧ୍ୟ ସାରସ ନାମକ ଭାଇରସ ଚୀନରୁ ବ୍ୟାପିଥିଲା। ଏହା ସାରା ବିଶ୍ବକୁ ବ୍ୟାପିଥିଲା ଏବଂ ହଜାର ହଜାର ଲୋକ ସଂକ୍ରମିତ ହୋଇଥିଲେ। ଏବଂ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଭାଇରସ ମୁକାବିଲାରେ ମଧ୍ୟ ଚୀନ ଆରମ୍ଭରେ ଉଦାସୀନ ରହିଥିଲା।

Sky News

ଏବେ ପୁଣି ଅଭିଯୋଗ ଉଠିଲାଣି କରୋନା ଭାଇରସ ପଛରେ ରହିଛି ଚୀନ ଷଡ଼ଯନ୍ତ୍ର। ପ୍ରଥମେ ଏହି ରୋଗ ସୃଷ୍ଟି କଲା। ଏବେ ଏହି ରୋଗର କିପରି ମୁକାବିଲା କରାଯିବ ତାହାକୁ ନେଇ ନିଜକୁ ଆଦର୍ଶ ରାଷ୍ଟ୍ରର ରୂପ ଦେବାକୁ ଚେଷ୍ଟା କରୁଛି। ଉହାନ ଏବଂ ଆଖପାଖ ଅଞ୍ଚଳକୁ ଲକଡାଉନ୍ ଘୋଷଣା କରି କରୋନାକୁ ନିୟନ୍ତ୍ରଣ କଲା। କରୋନା ଚିକିତ୍ସା ପାଇଁ ଅନେକ ବଡ଼ ବଡ଼ ଅସ୍ଥାୟୀ ଡାକ୍ତରଖାନା ତିଆରି କଲା। ଉହାନରେ ଏବେ ପରିସ୍ଥିତିି ସ୍ବାଭାବିକ ହେଲାଣି। ରୋଗୀଙ୍କ ସଂଖ୍ୟା କମିଗଲାଣି ଏବଂ ମୃତ୍ୟୁସଂଖ୍ୟା ନକହିଲେ ‌ଚଳେ। ଡାକ୍ତରଖାନାରେ ରୋଗୀ ନାହାନ୍ତି। ଅନ୍ୟ ଦେଶମାନଙ୍କ‌େର ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଚୀନରେ ଦିନକୁ ୪୦/୫୦ ଜଣ ଆକ୍ରାନ୍ତ ‌େହଉଛନ୍ତି ଏବଂ ଦୁଇ ତିନି ଜଣ ମରୁଛନ୍ତି। ଏହି ରୋଗର ଚିକିତ୍ସା ଲାଗି ବର୍ତମାନ ବିଭିନ୍ନ ରାଷ୍ଟ୍ରରେ ଉପକରଣର ଘୋର ଅଭାବ ପଡ଼ିଥିବା ବେଳେ ସେମାନଙ୍କୁ ଏଭଳି ଉପକରଣ ଯୋଗାଇବା ଲାଗି ଚୀନ ପ୍ରସ୍ତୁତି ଆରମ୍ଭ କରିଛି। ଭେଣ୍ଟିଲେଟର, ରେସପିରେଟର୍ସ, ଟେଷ୍ଟ କିଟ୍ସ, ସର୍ଜିକାଲ ମାସ୍କ ଏବଂ ଅନ୍ୟାନ୍ୟ ଆବଶ୍ୟକ ଚିକିତ୍ସା ଉପକରଣର ପ୍ରସ୍ତୁତିକୁ ଜୋରଦାର କରିଛି ଚୀନ। ପ୍ରଥମେ ରୋଗ ପଠାଇଲା। ଏବେ ଏହାର ମୁକାବିଲା ଲାଗି ଏହିସବୁ ଉପକରଣ ପାଇଁ ଏହା ଉପରେ ନିର୍ଭର କରିବା ଲାଗି ବିଭିନ୍ନ ରାଷ୍ଟ୍ରକୁ ମଜବୁର କରିଦେଇଛି ଚୀନ୍। ଏହି କାରଣରୁ ଆମେରିକା ସମେତ ଅନେକ ପ୍ରଭାବିତ ରାଷ୍ଟ୍ର ଚୀନକୁ ଖୋଲାଖୋଲି ସମାଲୋଚନା କରିବାକୁ ସଙ୍କୋଚ କରୁଛନ୍ତି।

ଆଉ ଗୋଟିଏ ବିବାଦୀୟ କଥା ହେଲା, କରୋନା ଉପରେ ଆଲୋଚନା ପାଇଁ ଜାତିସଂଘ ନିରାପତ୍ତା ପରିଷଦରେ ପ୍ରସ୍ତାବ ରହିଥିଲା। ମାତ୍ର ରୁଷିଆ ଓ ଦକ୍ଷିଣ ଆଫ୍ରିକା ସାହାଯ୍ୟରେ ଏହି ଆଲୋଚନା ଉପରେ ରୋକ ଲଗାଇବାରେ ସଫଳ ହୋଇଛି ଚୀନ୍। କରୋନାର ଉତ୍ପତିସ୍ଥଳ ଥିବା ଚୀନକୁ ରୁଷିଆ ଏବଂ ଦକ୍ଷିଣ ଆଫ୍ରିକା କାହିଁକି ସମର୍ଥନ କଲେ ତାହାର କାରଣ ଜଣାପଡ଼ୁନାହିଁ। କରୋନାକୁ ନେଇ ଚୀନ ଏବଂ ଆମେରିକା ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଚୀନ ଜାଣିଶୁଣି ଏହି ରୋଗକୁ ବ୍ୟାପକ କରିଛି ବୋଲି ଆମେରିକା ଅଭିଯୋଗ କରୁଥିବା ବେଳେ ଚୀନ କହୁଛି ଯେ ଆମେରିକା ସେନା ଉହାନରେ ଏହି ଭାଇରସ ଛାଡ଼ିଛି। କିନ୍ତୁ ଏଥିରୁ ଗୋଟିଏ କଥା ସ୍ପ‌ଷ୍ଟ ‌ଯେ ଚୀନ କିଛି ଲୁଚାଉଛି, ଯେଉଁଥିପାଇଁ ଏହି ରୋଗକୁ ଅଟକାଇବା ସମ୍ଭବ ହୋଇପାରୁ ନାହିଁ। ଟିକା ବି ବାହାରିପାରୁନି। ନ୍ୟୁୟର୍କ ସ୍ଥିତ ଜଣେ ଭାରତ-ଆମେରିକୀୟ ବିଶେଷଜ୍ଞ ମଧ୍ୟ ଏଭଳି ମତ ଦେଇ କହିଛନ୍ତି ଯେ ଚୀନ ସତ ନକହିବା ପର୍ଯ୍ୟନ୍ତ ବୈଜ୍ଞାନିକ ଏବଂ ଡାକ୍ତରମାନେ ଏହି ଭାଇରସର ସମାଧାନ ବାହାର କରିପାରିବେ ନାହିଁ।

ସମ୍ବନ୍ଧିତ ଖବର