ଏବେ ଫୋନ କଲେ ଆଉ ଶୁଣିବାକୁ ମିଳିବନି କରୋନା ସହ ଜଡ଼ିତ ସଚେତନତା ବାର୍ତ୍ତା !

ନୂଆଦିଲ୍ଲୀ: କରୋନା ମହାମାରୀ ଆରମ୍ଭ ହେବା ପରେ ସରକାର ଲୋକଙ୍କୁ ସତର୍କ କରାଇବା ପାଇଁ ଏକ ଅଭିନବ ବାଟ ଆପଣାଇଥିଲେ। କରୋନା କଟକଣାକୁ ଦେଶର ପ୍ରତିକୋଣରେ ପହଞ୍ଚାଇବା ପାଇଁ ସରକାର କରୋନା କଟକଣା ସମ୍ବନ୍ଧୀୟ କଲରଟ୍ୟୁନ୍ ଆରମ୍ଭ କରିଥିଲେ। ଏହା ଦ୍ବାରା ଯଦି ଆପଣ କାହାକୁ କଲ କରୁଥିଲେ, ତେବେ ଆପଣଙ୍କୁ କରୋନା କଟକଣା ପାଳନ ନେଇ ସତର୍କ କରାଯାଉଥିଲା। ହେଲେ ଏବେ ସରକାର ଏହାକୁ ବନ୍ଦ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସରକାର ଏହିପରି ଅନେକ ଆବେଦନ ଗ୍ରହଣ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଏହି ବାର୍ତ୍ତାଗୁଡିକର ଉଦ୍ଦେଶ୍ୟ ପୂରଣ ହୋଇଛି । ତେଣୁ ଏହାକୁ ହଟାଯିବା ଦରକାର।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଟେଲି ଯୋଗାଯୋଗ ବିଭାଗ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏହି ପ୍ରି-କଲ୍ ବାର୍ତ୍ତା ଏବଂ କଲର୍ ଟ୍ୟୁନ୍ ହଟାଇବାକୁ ଅନୁରୋଧ କରିଛି। ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ମୋବାଇଲ୍ ଗ୍ରାହକଙ୍କଠାରୁ ପ୍ରାପ୍ତ ଆବେଦନଗୁଡିକ ଏଥିରେ ଉଲ୍ଲେଖ କରାଯାଇଛି। ଦେଶରେ ମହାମାରୀ ପରିସ୍ଥିତିରେ ଉନ୍ନତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଅଡିଓ କ୍ଲିପଗୁଡ଼ିକୁ ହଟାଇବାକୁ ଚିନ୍ତା କରୁଥିବାବେଳେ ମହାମାରୀ ବିରୋଧରେ ସୁରକ୍ଷା ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ଜାରି ରହିବ ବୋଲି ଜଣାପଡ଼ିଛି।

Here are steps to stop coronavirus caller tune - Information News
indiatoday

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ପ୍ରାପ୍ତ ନିର୍ଦ୍ଦେଶନାମା ପରେ ଟେଲିକମ୍ ସେବା କମ୍ପାନିଗୁଡିକୁ କୋଭିଡ୍-୧୯ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା କଲର୍ ଟ୍ୟୁନ୍ ଭାବରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏବେ ଏହାକୁ ହଟାଯିବା ପାଇଁ ଆଲୋଚନା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର