ପ୍ରତିଦିନ ଏସ୍‌ପିଜି ନିୟମ ଭାଙ୍ଗୁଥିଲେ ଗାନ୍ଧି ପରିବାର! ଏଣିକି ପାଇବେ ଜେଡ୍‌ ପ୍ଲସ୍‌ ସୁରକ୍ଷା

ଗାନ୍ଧି ପରିବାର ଏସ୍‌ପିଜିର ସ୍ବାଭାବିକ ପରିଚାଳନାରେ ବାଧା ସୃଷ୍ଟି କରୁଥିଲେ ଏବଂ ପ୍ରାୟ ପ୍ରତିଦିନ ନିୟମ ଭାଙ୍ଗୁଥିଲେ ବୋଲି ଏସ୍‌ପିଜିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୧୫ରୁ ଏଯାବତ୍‌ ରାହୁଲ ଗାନ୍ଧି ୧୮୯୨ ଥର ଏସ୍‌ପିଜିର ବୁଲେଟ ପ୍ରୁଫ୍‌ ଗାଡ଼ି ବ୍ୟବହାର କରିନଥିଲେ। ୨୦୦୫ରୁ ୨୦୧୪ ମଧ୍ୟରେ ସେ ଦେଶ ଭିତରେ ୧୮ଟି ଗସ୍ତ ସମୟରେ ଗୁଳି ପ୍ରତିରୋଧକ ନଥିବା ଯାନ ବ୍ୟବହାର କରିଛନ୍ତି ଏବଂ ଦିଲ୍ଲୀ ବାହାରକୁ ଗସ୍ତ ସମୟରେ ମଧ୍ୟ ଅନେକ ଧର ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ୧୯୯୧ରୁ ସେ କରିଥିବା ୧୫୬ଟି ବିଦେଶ ଗସ୍ତରୁ ୧୪୩ଟି ଗସ୍ତରେ ଏସ୍‌ପିଜି ଅଫିସରଙ୍କୁ ନେଇନାହାନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ୨୦୧୫ରୁ ୨୦୧୯ ମଧ୍ୟରେ ଦିଲ୍ଲୀରେ ଯାତ୍ରା କରିବା ସମୟରେ ୫୦ ଟି କାର୍ଯ୍ୟକ୍ରମରେ ଏସ୍‌ପିଜି ଯାନ ବ୍ୟବହାର କରିନାହାନ୍ତି। ୨୦୧୫ଠାରୁ ସେ ୨୪ଟି ବିଦେଶ ଗସ୍ତରେ ମଧ୍ୟ ଏସ୍‌ପିଜି ଅଫିସରଙ୍କୁ ନେଇନାହାନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଦିଲ୍ଲୀରେ ୩୩୯ ଥର ଏସ୍‌ପିଜି ଅନୁମୋଦିତ ଗାଡ଼ି ବ୍ୟବହାର କରିନାହାନ୍ତି ଏବଂ ଦିଲ୍ଲୀ ବାହାରେ ୬୪ ଥର ଏସ୍‌ପିଜି ଗାଡ଼ି ବ୍ୟବହାର କରିନାହାନ୍ତି।

ସମ୍ବନ୍ଧିତ ଖବର