ଏନ୍‌ଆର୍‌ସି-ଏନ୍‌ପିଆର୍‌କୁ ନେଇ ବାକ୍‌ଯୁଦ୍ଧ: ରାହୁଲ ୨୦୧୯ର ସବୁଠୁ ବଡ଼ ମିଛୁଆ

ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟା ପଂଜିକା (ଏନ୍‌ପିଆର୍‌) ଏବଂ ଜାତୀୟ ନାଗରିକତା ପଂଜିକା (ଏନ୍‌ଆର୍‌ସି)କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଗରିବଙ୍କ ଉପରେ ମୋଦୀ ସରକାରଙ୍କ ଏକ ଟିକସ ବୋଲି କହିଛନ୍ତି। ନାଗରିକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏହି ଟିକସ ଏବଂ ଏହା ଦ୍ବାରା ଦେଶର ଅର୍ଥ ଓ ସମୟ ଅପଚୟ ହେଉଛି ବୋଲି ରାହୁଲ କହିଛନ୍ତି। ଅର୍ଥ ବ୍ୟବସ୍ଥା ଉପରୁ ନଜର ହଟାଇବା ପାଇଁ ସରକାର ଚାଲ୍‌ ଖେଳୁଛନ୍ତି ବୋଲି ରାହୁଲ ଛତିଶଗଡ଼ର ଏକ କାର୍ଯ୍ୟକ୍ରମରେ କହିଛନ୍ତି।

ଗରିବଙ୍କ ଉପରେ ଟିକସ: ରାହୁଲ

ବିଜେପିର ଜବାବ: ରାହୁଲ ୨୦୧୯ର ସବୁଠୁ ବଡ଼ ମିଛୁଆ

ଦୁର୍ନୀତି ଏବଂ ଟିକସ ହିଁ କଂଗ୍ରେସ ରାଜନୀତିର ଆଧାର: ଜାଭ୍‌ଡ଼େକର

ରାହୁଲଙ୍କ ଏଭଳି ବୟାନକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲ ଗାନ୍ଧି ୨୦୧୯ର ସବୁଠାରୁ ବଡ଼ ମିଛୁଆ ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରି ଧରାପଡ଼ିଯାଇଛନ୍ତି। କଂଗ୍ରେସ ନେତା ଏଭଳି ବେପରୁଆ ବୟାନ ବନ୍ଦ କରିବା ଜରୁରୀ ବୋଲି ସେ କହିଛନ୍ତି। ଟିକସ ଏବଂ ଦୁର୍ନୀତି ହିଁ କଂଗ୍ରେସ ରାଜନୀତି ଆଧାର ହୋଇଥିବାରୁ ରାହୁଲ ଏଭଳି ବୟାନ ଦେଉଛନ୍ତି ଏବଂ ବିକାଶରେ ବାଧା ସୃଷ୍ଟି କରିବାକୁ ଅହରହ ପ୍ରୟାସ କରୁଛନ୍ତି ବୋଲି ଜାଭ୍‌ଡେକର କହିଛନ୍ତି।

ସମ୍ବନ୍ଧିତ ଖବର