ଏନ୍‌ଆରସି ପୁନଃ ଯାଞ୍ଚ ମାମଲା: ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆସାମରେ ଏନ୍‌ଆରସି (ଜାତୀୟ ନାଗରିକ ପଞ୍ଜିକା) ପଦ୍ଧତି ପୁନଃ ଆରମ୍ଭ କରିବା ସହ ସଂଗ୍ରହ କରାଯାଇଥିବା ତଥ୍ୟର ପୁନଃ ଯାଞ୍ଚ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ଆସାମ ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ପ୍ରଧାନ ବିଚାରପତି ରଂଜନ ଗୋଗଇ ଏବଂ ବିଚାରପତି ରୋହିନଟନ୍‌ ନରିମାନ୍‌ କହିଛନ୍ତି, ଆଧାର ସୂଚନା ପରି ଏନ୍‌ଆରସି ପାଇଁ ମଧ୍ୟ ସୁରକ୍ଷା ପଦ୍ଧତି ଗ୍ରହଣ ହେବା ଉଚିତ୍‌। ଖଣ୍ଡପୀଠ କହିଛନ୍ତି ଏନ୍‌ଆରସି ତାଲିକାରେ କେଉଁମାନେ ଅନ୍ତର୍ଭୁକ୍ତ ଏବଂ କେଉଁମାନେ ବାଦ୍‌ ପଡ଼ୁଛନ୍ତି ତା’ର ଏକ ହାର୍ଡ କପି ଜିଲ୍ଲା ଅଫିସମାନଙ୍କରେ ଦିଆଯିବ। ତେବେ ତାଲିକାରୁ ଯେଉଁମାନେ ବାଦ୍‌ ପଡ଼ୁଛନ୍ତି ତାହା କେବଳ ଥରେ ହିଁ ପ୍ରକାଶ ପାଇବ। ଆସନ୍ତା ଅଗଷ୍ଟ ୩୧ ତାରିଖରେ କେବଳ ଅନଲାଇ‌ନରେ ହିଁ ଏନ୍‌ଆରସି ତଥ୍ୟ ପ୍ରକାଶ ପାଇବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର