ମହାରାଷ୍ଟ୍ରରେ ଏନ୍‌ଆର୍‌ସି ଅଟକ କେନ୍ଦ୍ର ରହିବନି: ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୁସଲିମ ସମ୍ପ୍ରଦାୟଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ‌, ମହାରାଷ୍ଟ୍ରରେ ଏନ୍‌ଆରସି ପାଇଁ ଅଟକ କେନ୍ଦ୍ର ରହିବ ନାହିଁ। ନାଭି ମୁମ୍ବାଇର ନେରୁଲ୍‌ରେ ବେଆଇନ ଆପ୍ରବାସୀଙ୍କ ନିମନ୍ତେ ପ୍ରଥମ ଅଟକ କେନ୍ଦ୍ର ନିର୍ମାଣ ସଂକ୍ରାନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ନିଷ୍ପତ୍ତିକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତକାଲି ଠାକ୍‌ରେ ମୁସଲିମ ରାଜନେତାଙ୍କ ପ୍ରତିନିଧି ଏବଂ ମୌଲାନାଙ୍କୁ ଭେଟିଥିଲେ। ସିଏଏ ଏବଂ ଏନ୍‌ଆରସି ନେଇ ଆଦୌ ଭୟ ନ କରିବାପାଇଁ ସେ ପ୍ରତିନିଧି ଦଳଙ୍କୁ ଆଶ୍ବାସନା‌ ଦେଇଥିଲେ। ଠାକ୍‌ରେ କହିଥିଲେ, ଅଟକ କେନ୍ଦ୍ର ସଂକ୍ରାନ୍ତରେ ଭୁଲ୍‌ ସୂଚନା ଦିଆଯାଉଛି। ‌କେବଳ ବିଦେଶୀ ନାଗରିକଙ୍କ ପାଇଁ ଅଟକ କେନ୍ଦ୍ର ରହିବ। ଅନ୍ୟପକ୍ଷେ ଠାକ୍‌ରେ କହିଛନ୍ତି ମହାରାଷ୍ଟ୍ରରେ ଏନ୍‌ଆରସି ଏବଂ ସିଏଏ ସଂକ୍ରାନ୍ତରେ କୌଣସି ଅଟକ କେନ୍ଦ୍ରପାଇଁ ଅନୁମତି ମିଳିବନାହିଁ।

ସମ୍ବନ୍ଧିତ ଖବର