ହାଇଦ୍ରାବାଦ: କିଛି ବର୍ଷ ଧରି ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିରରେ ଗଚ୍ଛିତ ହୋଇ ଥିବା ପ୍ରାୟ ୬୦ ଟନ୍ ଓଜନର ବିଦେଶୀ ମୁଦ୍ରାକୁ କିଣି ନେବା ପାଇଁ ଆଗ୍ରହ ପ୍ରକାଶ କରିଛି ତେଲୁଗୁ ପ୍ରବାସୀ ଭାରତୀୟମାନେ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହଯୋଗରେ ଏପି ନନ୍-ରେସିଡେନ୍ଣ୍ଟ୍ ତେଲୁଗୁ ସୋସାଇଟି ତିରୁମାଲା ତିରୁପତି ଦେବସ୍ଥାନମ୍ ଠାରୁ ଉକ୍ତ ମୁଦ୍ରାଗୁଡ଼ିକର ବାସ୍ତବ ମୂଲ୍ୟ ଦେଇ ସେ ସବୁ ନେଇଯିବ।
ଜଣେ ଟିଟିଡି ଅଧିକାରୀ କହନ୍ତି: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ବିଦେଶୀ ନୋଟ୍ ଏକ୍ସଚେଞ୍ଜ୍ କରାଯାଇ ଭାରତୀୟ ଟଙ୍କା ଅଣାଯାଏ। କିନ୍ତୁ ମୁଦ୍ରାର ପରିମାଣ ସ୍ୱଳ୍ପ ହୋଇଥିବାରୁ ରିଜର୍ଭ ବ୍ୟାଙ୍କ୍ ତାହା ବଦଳାଇ ହୁଏ ନାହିଁ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ବୁଝାମଣା ହୋଇଥିଲେ ବି ସୁଫଳ ମିଳି ନ ଥିଲା।
ମୁଦ୍ରାଗୁଡ଼ିକୁ ସମ୍ପୃକ୍ତ ଦେଶ ସମୂହକୁ ପଠାଇବା କଥା ମଧ୍ୟ ଟିଟିଡି ଚିନ୍ତା କରିଥିଲା। କିନ୍ତୁ ମୁଦ୍ରା ଠାରୁ ପରିବହନ ମୂଲ୍ୟ ଅଧିକ ହେଲା। ଗଚ୍ଛିତ ଥିବା ବିଦେଶୀ ମୁଦ୍ରାର ଆନୁମାନିକ ମୂଲ୍ୟ ୧ କୋଟିରୁ ଦେଢ଼ କୋଟି ଟଙ୍କା ହୋଇ ପାରେ ବୋଲି ସେ ଅଧିକାରୀଜଣକ କହିଛନ୍ତି।
ଏପିଏନ୍ଆର୍ଟିର ଅଧ୍ୟକ୍ଷ ରବି କୁମାର ବେମୁରି କହନ୍ତି ଯେ ଏହି ମୁଦ୍ରାଗୁଡ଼ିକର ମାଙ୍ଗଳିକ ମୂଲ୍ୟ ରହିଛି। ପ୍ରତ୍ୟେକ ମାଙ୍ଗଳିକ ଅନୁଷ୍ଠାନରେ ଭାରତୀୟମାନେ ମୁଦ୍ରା ବ୍ୟବହାର କରନ୍ତି। ସେ ଆହୁରି କହନ୍ତି: ବିଶ୍ୱରେ ୧୧୧ଟି ଦେଶରେ ‘ଏପିଏନ୍ଆର୍ଟି’ର ୮୫ ହଜାର ସଦସ୍ୟ ଅଛନ୍ତି।