ଏନ୍‌ଆର୍‌ସି ତାଲିକା ସମୟସୀମା ଘୁଞ୍ଚିବନି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନଆରସି)ର ପାଇଁ ଧାର୍ଯ୍ୟ ହୋଇଥିବା ଜୁଲାଇ ୩୧ ତାରିଖର ଚୂଡ଼ାନ୍ତ ସମୟସୀମାକୁ କୌଣସି ପରିସ୍ଥିତିରେ ଘୁଞ୍ଚାଯିବ ନାହିଁ। ସୁପ୍ରିମକୋର୍ଟ ଆଜି ଏହା ସ୍ପଷ୍ଟ କରିଛନ୍ତି। ସାଧାରଣ ନିର୍ବାଚନ ଏବଂ ଏନଆରସି କାର୍ଯ୍ୟ ପାଇଁ‌ ଯେଭଳି ଅଧିକାରୀଙ୍କ ଅଭାବ ନରହିବ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି। ଏଥିପାଇଁ ଉପଯୁକ୍ତ ଅଧିକାରୀମାନେ ବସି ଯୋଜନା କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆସାମ ସରକାରଙ୍କ ମୁଖ୍ୟ ସଚିବ, ନିର୍ବାଚନ କମିସନଙ୍କ ସଚିବ ଏବଂ ଆସାମର ଏନଆରସି ସଂଯୋଜକଙ୍କ ମଧ୍ୟରେ ୭ ଦିନ ମଧ୍ୟରେ ଏକ ବୈଠକ କରିବା ଲାଗି ଅଦାଲତ ନିର୍ଦେଶ ଦେଇଛନ୍ତି। ବୈଠକର ଫଳାଫଳ ସମ୍ପର୍କରେ ଆସନ୍ତା ଫେବ୍ରୁଆରି ୫ରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମାମଲାର ବିଚାର ପ୍ରଧାନ ବିଚାରପତି ରଂଜନ ଗୋ‌ଗଇ ଏବଂ ବିଚାରପତି ଆର ଏଫ ନରିମାନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏନଆରସି ତଥ୍ୟ ଅପଡେଟ୍ ହେଉଛି।

ସମ୍ବନ୍ଧିତ ଖବର