ଅବସର ନେଲେ ନୃପେନ୍ଦ୍ର ମିଶ୍ର, ପିକେ ସିହ୍ନା ହେବେ ପିଏମଓର ନୂଆ ପ୍ରମୁଖ ସଚିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ପ୍ରମୁଖ ଶାସନ ସଚିବ ଥିବା ନୃପେନ୍ଦ୍ର ମିଶ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପିକେ ସିହ୍ନା ପିଏମଓର ପ୍ରମୁଖ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ସେ ସେପ୍ଟେମ୍ବର ୨ୟ ସପ୍ତାହରେ ପିକେ ସିହ୍ନାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ଏ ସଂପର୍କରେ ଟ୍ଵିଟ କରି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ।

 

ମୋଦୀ ଲେଖିଛନ୍ତି ଯେ ୨୦୧୪ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଭାବେ ଦିଲ୍ଲୀ ଆସିଥିଲେ ନୃପେନ୍ଦ୍ର ମିଶ୍ର ହିଁ ତାଙ୍କୁ ଶାସନ ବ୍ୟବସ୍ଥା ସମ୍ପର୍କରେ ପରିଚିତ କରାଇଥିଲେ । ପ୍ରମୁଖ ଶାସନ ସଚିବ ଭାବେ ସେ ଦେଶକୁ ବହୁମୂଲ୍ୟ ସେବା ଦେଇଛନ୍ତି । ୨୦୧୯ ନିର୍ବାଚନ ପରେ ସେ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । ତେବେ ନୂଆ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଦାୟିତ୍ୱରେ ରହିବାକୁ ଶ୍ରୀ ମିଶ୍ରଙ୍କୁ ନିଜେ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର