ଆସନ୍ତା ୧୦ ବର୍ଷ ପାଇଁ ଦେଶକୁ ଆବଶ୍ୟକ ଏକ ‘ଦୃଢ଼ ସରକାର’; ଦୁର୍ବଳ ମିଳିତ ସରକାର କ୍ଷମତାକୁ ଆସିଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ନାହିଁ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍
ନୂଆଦିଲ୍ଲୀ: ଆସନ୍ତା ୧୦ ବର୍ଷ ପାଇଁ ନିର୍ବାଚନରେ ଦେଶବାସୀ ଏକ ‘ଦୃଢ଼ ସରକାର’କୁ ନିର୍ବାଚିତ କରି ଶାସନ କ୍ଷମତାକୁ ଆଣିବାର ଆବଶ୍ୟକତା ରହିଛି ବୋଲି ଆଜି (ଗୁରୁବାର) କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍। ସାଂପ୍ରତିକ ସ୍ଥିତିରେ କେବଳ ମାତ୍ର ଏକ ଦୃଢ଼ ସରକାର ହିଁ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ସହ ସୁରକ୍ଷିତ କରି ରଖିପାରିବ। ଏପରିସ୍ଥିତିରେ ଯଦି ଦୁର୍ବଳ ମିଳିତ ସରକାର କ୍ଷମତାକୁ ଆସେ ତେବେ ତାହା ଦେଶ ପାଇଁ ଶୁଭଙ୍କର ହେବ ନାହିଁ ବୋଲି ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ୍।
#WATCH: NSA Ajit Doval says,”India will need a strong, stable and a decisive government for the next 10 years to achieve our national, political, economic and strategic objectives. Weak coalition will be bad for India.” #Delhi pic.twitter.com/PsYjvAWVBg
— ANI (@ANI) October 25, 2018
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସବୁଠାରୁ କ୍ଷମତାଶାଳୀ ପ୍ରଶାସକ ରୂପେ ବିବେଚିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଆଜି ନୂଆଦିଲ୍ଲୀ ଠାରେ ସର୍ଦ୍ଦାର ପଟେଲ ସ୍ମାରକୀ ବକ୍ତତା ପ୍ରଦାନ କରିବା ଅବସରରେ କହିଛନ୍ତି ଯେ ସାଂପ୍ରତିକ ପରିସ୍ଥିତିରେ ଦେଶ ସମ୍ମୁଖୀନ ହେଉଥିବା ଆଭ୍ୟନ୍ତରୀଣ ଓ ବାହ୍ୟ ଆହ୍ଵାନର ମୁକାବିଲା ପାଇଁ ଦେଶକୁ ଏକ ଦୃଢ଼ ନୀତି ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏପରିସ୍ଥିତିରେ ଦେଶ ଏବେ ଆଉ କୋହଳ ମନୋବୃତ୍ତି ପୋଷଣ କରିପାରିବ ନାହିଁ କିମ୍ବା ଦୃଢ଼ ନୀତି ଗ୍ରହଣ କରିବା ବଦଳରେ କୋହଳ ନୀତିକୁ ଆପଣେଇ ପାରିବ ନାହିଁ ବୋଲି ସେ ଦେଶବାସୀଙ୍କୁ ଚେତାଇ ଦେଇଛନ୍ତି।