ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଭାରତୀୟ ସିଆରଫିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଓ ବାଲକୋଟରେ ପାକିସ୍ତାନ ଆତଙ୍କବାଦୀ ସଂଗଠନର ଜୈସ୍-ଇ-ମହମ୍ମଦ ଶିବିର ଉପରେ ଭାରତୀୟ ବାୟୁସେନାର ବୋମାମାଡ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଦେଶର ସାମରିକ ଓ ପ୍ରତିରକ୍ଷା ସ୍ଥିତିକୁ ନେଇ ଆମେରିକାର ସୁରକ୍ଷା ପରାମର୍ଶଦାତା ଜନ ବୋଲଟନ୍ ସହିତ ଆଲୋଚନା କରିଛନ୍ତି।
ଏଏନ୍ଆଇର ପ୍ରକାଶିତ ଖବର ମୁତାବକ, ଭାରତ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଆମେରିକୀୟ ନିର୍ମିତ ଏଫ୍-୧୬ ବିମାନ ସହ ଆମେରିକା ନିର୍ମିତ ଆମ୍ରନ (ଏଆଇଏମ୍-୨୧୦) ମିସାଇଲର ବ୍ୟବହାର କରିଥିଲା। ପାକିସ୍ତାନ ଏସବୁ ବ୍ୟବହାର କରି ଭାରତର ସାମରିକ ଓ ପ୍ରତିରକ୍ଷା ଅନୁଷ୍ଠାନକୁ ଧ୍ୱଂସ କରିବା ଲାଗି ଉଦ୍ୟମ କରିିଥିଲା ବୋଲି ଆମେରିକାକୁ ପ୍ରମାଣ ଦେଇଛି ଭାରତ।