ପୈତୃକ ଗାଁକୁ ଯାଇ କୁଳଦେବୀଙ୍କ ପୂଜାର୍ଚ୍ଚନା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ; ମନ୍ଦିର କମିଟିକୁ ଦାନ କଲେ ଦେଢ଼ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଶୁକ୍ରବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ନିଜ ପୈତୃକ ଗାଁକୁ ବୁଲି ଯାଇଥିଲେ । ଉତ୍ତରାଖଣ୍ଡରେ ଥିବା ଘେଡ଼ି ଗାଁ ତାଙ୍କର ପୈତୃକ ଗାଁ ହୋଇଥିବା ବେଳେ ସେଠାରେ ପହଞ୍ଚି ପୁରୁଣା ଦିନକୁ ମନେ ପକାଇଛନ୍ତି ଅଜିତ ଡୋଭାଲ । ଏହା ସହ କୁଳଦେବୀ ବାଲ କୁମାରୀଙ୍କ ପୂଜାର୍ଚ୍ଚନା କରିବା ସହ ମନ୍ଦିର ସମିତିକୁ ଦେଢ଼ ଲକ୍ଷ ଟଙ୍କା ଦାନ ଦେଇଥିଲେ । ଗାଁରେ ପହଞ୍ଚି ଯେତେବେଳେ ଡୋଭାଲ ମନ୍ଦିର ଆଡ଼କୁ ବଢ଼ିଥିଲେ, ସେତେବେଳେ ଗାଁ ଲୋକେ ତାଙ୍କୁ ଢ଼ୋଲ ବଜାଇ ସ୍ୱାଗତ କରିଥିଲେ । ଏହା ବ୍ୟକ୍ତିଗତ ଗସ୍ତ ଥିବାରୁ ତାଙ୍କର କାର୍ଯ୍ୟକ୍ରମକୁ ଗୋପନ ରଖାଯାଇଥିଲା।

OPEN Magazine

ସୂଚନା ମୁତାବକ, ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ଥର ନିଜ ଗାଁକୁ ବୁଲି ଯାଇଛନ୍ତି ଡୋଭାଲ । ୨୦୧୪ରେ ତାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତାର ପଦ ମିଳିବା ପରେ ସେ ନିଜ ଗାଁକୁ ଯାଇ କୂଳଦେବୀଙ୍କୁ ଦର୍ଶନ କରିଥିଲେ । ଏବେ ପୁଣି ଦ୍ୱିତୀୟ ଥର ତାଙ୍କୁ ସେହି ପଦ ମିଳିବାରୁ ୫ବର୍ଷ ପରେ ନିଜ ଗାଁରେ ପହଞ୍ଚିଥିଲେ ଡୋଭାଲ ।

ସମ୍ବନ୍ଧିତ ଖବର