ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଖୁବଶୀଘ୍ର ଭାରତ ଓ ଚୀନ ମଧ୍ୟରେ ବରିଷ୍ଠ ଅଧିକାରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇପାରେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରିଷ୍ଠ ପ୍ରତିନିଧି ସ୍ତରରେ ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ହେବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତର ବରିଷ୍ଠ ପ୍ରତିନିଧି ହେବେ ଏବଂ ସେ ଚୀନ୍ ପ୍ରତିପକ୍ଷଙ୍କୁ ଭେଟିବେ।

Advertisment

ବାଣିଜ୍ୟ-ପରିବେଶ ଭାଗିଦାରୀ ଏବଂ ନିରାପତ୍ତା ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମେତ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ  ନିଆଯିବାକୁ ଥିବା ପରବର୍ତ୍ତୀ ପଦକ୍ଷେପ ଉପରେ ସେମାନେ ନିଷ୍ପତ୍ତି ନେବେ। ତେବେ ବର୍ତ୍ତମାନସୁଦ୍ଧା କୌଣସି ସରକାରୀ ତାରିଖ କିମ୍ବା କାର୍ଯ୍ୟସୂଚୀ ନାହିଁ। ତେବେ ଆଗାମୀ ଦିନରେ ଏହା ହୋଇପାରେ ବୋଲି ନିଶ୍ଚିତ ବିଶ୍ୱାସ କରାଯାଉଛି । ତେବେ ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ରାଜିନାମା ହେବାର କିଛି ଦିନ ପରେ ଏହି ବୈଠକ ହେବା ସମ୍ପର୍କରେ ବିଚାର କରାଯାଉଛି । ଏହା ଦୁଇଦେଶର ସଂପର୍କ ସୁଧାର ଦିଗରେ ଆଉ ଏକ ପଦକ୍ଷେପ ବୋଲି କୁହାଯାଉଛି । ଏହାର ଗୋଟିଏ ଦିନ ପୂର୍ବରୁ ଚୀନ୍ ସୋମବାର କହିଥିଲା ଯେ ଭାରତ ସହ ଚୁକ୍ତିର କାର୍ଯ୍ୟକାରିତା ବର୍ତ୍ତମାନ ସୁରୁଖୁରୁରେ ଚାଲିଛି । କିନ୍ତୁ ଡେପସାଙ୍ଗ ଏବଂ ଡେମ୍ଚୋକ୍ର ଦୁଇଟି ବିବାଦୀୟ ସ୍ଥାନରେ ପାଟ୍ରୋଲିଂ ପୁନଃ ଆରମ୍ଭ ହେବା ବିଷୟରେ ଚୀନ କୌଣସି ମନ୍ତବ୍ୟ ଦେଇନାହିଁ