ଅଧିକାଂଶ କଶ୍ମୀର ବାସିନ୍ଦା ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଛନ୍ତି: ଅଜିତ ଡୋଭାଲ୍‌

ନୂଆଦିଲ୍ଳୀ: ଅଧିକାଂଶ କଶ୍ମୀର ବାସିନ୍ଦା ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଶନିବାର କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଅଗଷ୍ଟ ୫ ତାରିଖରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଦେବା ପରେ କଶ୍ମୀରର ବାସିନ୍ଦାମାନଙ୍କ ପାଇଁ ଭଲ ଦିନ ଆସୁଥିବାର ଅନୁମାନ କରା ଯାଇପାରେ। ଉତ୍ତମ ଭବିଷ୍ୟତ ସହ ଯୁବ ପିଢ଼ିଙ୍କ ପାଇଁ ଅଧିକ ଚାକିରିର ସମ୍ଭାବନା ରହିଛି। ଆତଙ୍କବାଦୀମାନଙ୍କ ଜରିଆରେ ପାକିସ୍ତାନ ଉପୁଜାଉଥିବା ଘୃଣା ଓ ଦ୍ୱେଷକୁ ଦୂର କରିବାକୁ କଶ୍ମୀରରେ କେତେକ କଟକଣା ଲଗାଯାଇଛି ବୋଲି ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି।

କେତେଜଣ ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ ସମୟରେ ଡୋଭାଲ୍‌ କହିଛନ୍ତି, ‘ଅନେକ ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ୧୯୯ରୁ ମାତ୍ର ୧୦ଟି ଜମ୍ମୁ-କଶ୍ମୀର ଓ ଲଦାଖ ଜିଲ୍ଲାରେ ଏବେ ବି ନିଷେଧାଦେଶ ଜାରି ରହିଛି। ମାତ୍ର ୧୦୦ ପ୍ରତିଶତ ସ୍ଥାନରେ ଲ୍ୟାଣ୍ଡ୍‌ଲାଇନ୍‌ ସୁବିଧା ସ୍ୱାଭାବିକ କରି ଦିଆଯାଇଛି। ଅଳ୍ପ କେତେ ଜଣ  ଏହାକୁ ବିରୋଧ କରୁଛନ୍ତି। ଲୋକଙ୍କୁ ଲାଗୁଛି କି ଏହା ପୂରା କଶ୍ମୀରର ସ୍ୱର, ମାତ୍ର ଏହା ସତ ନୁହେଁ।’

ସମ୍ବନ୍ଧିତ ଖବର