ଭାରତରେ ଅନୁଷ୍ଠିତ ଏନଏସଏସ୍ତରୀୟ ବୈଠକକୁ ନେଇ ତାଲିବାନ ଉତ୍ସାହିତ

କାବୁଲ : ଭାରତର ଆୟୋଜନ କ୍ରମେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ ) ସ୍ତରୀୟ ବୈଠକକୁ ସ୍ବାଗତ କରିଛି ତାଲିବାନ । ଏହି ବୈଠକରୁ ସକାରାତ୍ମକ ଫଳ ମିଳିବାର ସମ୍ଭାବନା ରହିଛି ବୋଲି ତାଲିବାନ କହିଛି ।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଭାରତରେ ଆରମ୍ଭ ହୋଇଥିବା ଏନଏସଏ ସ୍ତରୀୟ ବୈଠକକୁ ନେଇ ଇସ୍ଲାମିକ ଏମିରେଟ୍ସ ଅଫ୍ ଆଫଗାିସ୍ତାନ୍ ଉତ୍ସାହିତ ଅଛି ।

ଭାରତ ପକ୍ଷରୁ ଆୟୋଜିତ ଏହି ବୈଠକରେ ଇରାନ, କାଜାଖସ୍ତାନ, ତୁର୍କମେନିସ୍ତାନ, କିରଗିଜସ୍ତାନ, ଋଷିଆ, ଉଜବେକିସ୍ତାନ ପ୍ରଭୃତି ୭ଟି ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ )ମାନେ ଯୋଗ ଦେଇଛନ୍ତି । ଆଫଗାନିସ୍ତାନରେ ତାଲିବାନର ଶାସନ ଆସିବା ପରେ ଆଞ୍ଚଳିକ ସୁରକ୍ଷା ସ୍ଥିତି ଓ ମାନବୀୟ ସ୍ଥିତି ଉପରେ ଆଲୋଚନା କରିବାକୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । କିନ୍ତୁ ଭାରତ ଆମନ୍ତ୍ରଣ କରିଥିଲେ ମଧ୍ୟ ପାକିସ୍ତାନ ଓ ଚୀନ ଏହି ବୈଠକକୁ ବର୍ଜନ କରିଛନ୍ତି । ଭାରତ ପକ୍ଷରୁ ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ ଯୋଗ ଦେଇଛନ୍ତି ।

ଆଜି ବୈଠକ ଆରମ୍ଭ ହେବା ପରେ ଅଂଶଗ୍ରହଣକାରୀ ଦେଶମାନେ ଆତଙ୍କବାଦକୁ ନିନ୍ଦା କରିଥିଲେ । ଏହା ସହିତ ଆଫଗାନିସ୍ତାନରେ ଏକ ସମାବେଶୀ ସରକାର ଗଠନ ଉପରେ ଗୁରୁତ୍ବ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର