ଚୀନ ସହ ଉତ୍ତେଜନା ଜାରି : ମୋଦୀଙ୍କୁ ଭେଟିଲେ ଏନଏସଏ ଡୋଭାଲ

ନୂଆଦିଲ୍ଲୀ : ସୀମାରେ ଭାରତୀୟ ସେନା ଚୀନ ସେନା ସହ ମୁହାଁମୁହିଁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ । ସୀମାର ସ୍ଥିତି ସମ୍ପର୍କରେ ସେ ମୋଦୀଙ୍କୁ ଅବଗତ କରିଛନ୍ତି । ବାରମ୍ବାର ଆଲୋଚନା ସତ୍ତ୍ୱେ ସୀମାରେ ଉତ୍ତେଜନା ଥମୁ ନଥିବାରୁ ଏହି ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି ।

ସେପଟେ ଆଜି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ବିପିନ ରାଓ୍ଵତ କହିଛନ୍ତି ଯେ ଚୀନର ଯେକୌଣସି ଆହ୍ଵାନର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ । ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଆଗରେ ଉପସ୍ଥିତ ହୋଇ ସେ ଏହା କହିଛନ୍ତି । ଚୀନ ସେନା ଯଦି କୌଣସି ଦୁଃସାହସ କରନ୍ତି ତେବେ ତାଙ୍କୁ ଉପଯୁକ୍ତ ଜବାବ ଦେବାକୁ ଭାରତୀୟ ସେନା ସକ୍ଷମ ବୋଲି ସେ କହିଛନ୍ତି ।
ଗତ ମାସରେ ମଧ୍ୟ ସେ ସମାନ କଥା କହିଥିଲେ । ସେ କହିଥିଲେ ଯେ ଚୀନ ସହ ଯଦି କଥାବାର୍ତ୍ତା ବିଫଳ ହୁଏ ତେବେ ଭାରତ ପାଖରେ ମିଲିଟାରୀ ବିକଳ୍ପ ଖୋଲା ରହିଛି । ସେ ଏହା କହିବାର କିଛିଦିନ ପରେ ଭାରତୀୟ ସେନା ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେତେକ ଗୁରୁତ୍ୱପୂର୍ଣ୍ଣ ଶିଖର ଦଖଲ କରିନେଇଥିଲା ।

ସମ୍ବନ୍ଧିତ ଖବର