ଭାରତୀୟ କମାଣ୍ଡୋ ମାନଙ୍କ ହାତକୁ ଆସିଲା ଏହି ଅଦ୍ଭୁତ ଯନ୍ତ୍ର, ଶତ୍ରୁର ନିକିନିଖି ବିବରଣୀ ପ୍ରଦାନ କରିବ

ନୂଆଦିଲ୍ଲୀ : ଭାରତୀୟ ସେନା  ଓ ଦେଶର ସବୁଠୁ ଘାତକ ଏଲିଟ୍‌ କମାଣ୍ଡୋ ଫୋର୍ସ ଏନଏସଜି ପାଖକୁ ଏକ ଅଦ୍ଭୁତ ଯନ୍ତ୍ର ଆସିଯାଇଛି । ଏହା ହେଉଛି ବିଶ୍ୱର ସବୁଠୁ ଛୋଟ ଏରିଆଲ ଭେହିକ୍ଲ । ଏହାର ନାଁ ହେଉଛି ବ୍ଲାକ ହର୍ନେଟ ନାନୋ । ଏହା ଗୋପନରେ ଆକାଶରେ ଉଡି ଶତ୍ରୁପକ୍ଷର ଫଟୋ ଉଠାଇଥାଏ । ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ଏହା ଉପରୁ ଆତଙ୍କବାଦୀଙ୍କ ଗତିବିଧି ଠଉରାଇ ତାହାର ତଥ୍ୟ ସେନା ବା ଏନଏସଜିକୁ ପଠାଇବ । ଫଳରେ କମାଣ୍ଡୋମାନେ ଆତଙ୍କବାଦୀଙ୍କ ସ୍ଥିତିକୁ ଜାଣିପାରିବେ ଓ ସେହି ଅନୁସାରେ ଅପରେସନ କରିପାରିବେ । ଏହା ଏତେ ଛୋଟ ଯେ ଗୋଟିଏ ହାତ ପାପୁଲିରେ ରହିପାରିବ । ଏହା ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଯାଇପାରିବ । ଏହା ଆକାଶମାର୍ଗରୁ ଫଟୋ ଓ ଭିଡିଓ ଉଠାଇ ଏହାକୁ ନିୟନ୍ତ୍ରଣ କରୁଥିବା ଏକ ଟର୍ମିନାଲକୁ ତଥ୍ୟ ପଠାଇଥାଏ । ହାତରେ ଧରିହେଉଥିବା ଏହି ଟର୍ମିନାଲର ମନିଟରରେ ଉକ୍ତ ଫଟୋ ଓ ଭିଡିଓକୁ ଦେଖିହେବ । ଏହି ବ୍ଲାକ ହର୍ନେଟ ନାନୋ କୁ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ୟୁକେ ପ୍ରଭୃତି ଦେଶ ବ୍ୟବହାର କରୁଛନ୍ତି ।

ସମ୍ବନ୍ଧିତ ଖବର