ପାକିସ୍ତାନର ଏନ୍‌ଏସଜି ସ୍ୱପ୍ନକୁ ଧକ୍କା

ଇସଲାମାବାଦ : ଆତଙ୍କବାଦୀ ପ୍ରସଙ୍ଗରେ ତୀବ୍ର ସମାଲୋଚିତ ହୋଇଥିବା ପାକିସ୍ତାନର ପରମାଣୁ ଅସ୍ତ୍ର କାରବାର ସ୍ୱପ୍ନକୁ ଝଟ୍‌କା ଲାଗିଛି। ଏହି ବ୍ୟବସାୟରେ ଜଡ଼ିତ ଥିବା ପାକିସ୍ତାନର ୭ଟି କମ୍ପାନି ଉପରେ ଆମେରିକାର ଟ୍ରମ୍ପ୍‌ ପ୍ରଶାସନ କଟକଣା ଲଗାଇଛନ୍ତି। ଫଳରେ ଆଣବିକ ଅସ୍ତ୍ର ଯୋଗାଣ ଦଳ(ଏନ୍‌ଏସ୍‌ଜି)ରେ ଇସଲାମାବାଦ୍‌ର ସାମିଲ ହେବା ଲକ୍ଷ୍ୟ ପାଣିଚିଆ ହୋଇଯାଇଛି। ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ଚୀନ୍‌ ବାରମ୍ବାର ପ୍ରତିରୋଧ କରୁଥିବା ବେଳେ ଏବେ ପାକିସ୍ତାନର ଏନ୍‌ଏସ୍‌ଜି ସାମିଲ ଯୋଜନା ବିଗିଡ଼ି ଯାଇଛି। ଡନ୍‌ ଡଟ୍‌ କମ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଆଇନ ପରମାଣୁ ବ୍ୟବସାୟରେ ଲିପ୍ତ ଥିବା ପାକିସ୍ତାନର ଏହି ୭ଟି କମ୍ପାନି ଦେଶର ସୁରକ୍ଷା ବିରୋଧୀ କାର୍ଯ୍ୟ କରିବା ସହ ଆମେରିକାର ବିଦେଶ ନୀତିର ମଧ୍ୟ ବିରୋଧାଭାସ କରୁଛି ବୋଲି ଆମେରିକା ଅନୁଭବ କରୁଛି। ଆତଙ୍କବାଦ ବିରୋଧରେ ପାକିସ୍ତାନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଆମେରିକା ଲଗାତାର କଟକଣା ଜାରି କରିଥିବାବେଳେ ଏବେ ଏହି ସଦ୍ୟ କଟକଣା ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।

ସମ୍ବନ୍ଧିତ ଖବର