ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ତଦନ୍ତରେ ଯୋଗ ଦେବେ ଏନ୍‌ଏସ୍‌ଜି ଏବଂ ଏନ୍‌ଆଇଏ ଟିମ୍‌

ନୂଆଦିଲ୍ଲୀ: ଗୁରୁବାର ଦିନ ପୁଲ୍‌ଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟନାର ତଦନ୍ତରେ ଯୋଗ ଦେବାକୁ ଆତଙ୍କବାଦ ନିରୋଧୀ କମାଣ୍ଡୋ ବଳ ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡର ବିଶେଷଜ୍ଞ (ଏନ୍‌ଏସ୍‌ଜି) ଏବଂ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସିର (ଏନ୍‌ଆଇଏ) ତଦନ୍ତକାରୀମାନଙ୍କୁ ପଠାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଏହି ଆକ୍ରମଣରେ ଅନ୍ୟ ଆତଙ୍କବାଦୀ ଆକ୍ରମଣ ଘଟନା ଠାରୁ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବାରୁ ଏ ଭଳି ନିଷ୍ପତ୍ତି ନିଆଯାଇଛି। ବିସ୍ଫୋରଣସ୍ଥଳରେ ଫୋରେନ୍‌ସିକ୍‌ ମୂଲ୍ୟାୟନ ଲାଗି ଫୋରେନ୍‌ସିକ୍‌ ବିଶେଷଜ୍ଞଙ୍କମାନଙ୍କ ସହ ଏନ୍‌ଆଇଏର ଏକ ଟିମ୍‌ ଜମ୍ମୁ ଓ କଶ୍ମୀରକୁ ପଠାଯାଇଛି ବୋଲି ଗୃହମନ୍ତ୍ରାଳୟ କହିଛି।

ବିସ୍ଫୋରକ ବିଶେଷଜ୍ଞ ବିଶେଷକରି, ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ବଳ ଏନ୍‌ଏସ୍‌ଜି ମଧ୍ୟ ଆକ୍ରମଣ ଘଟନାର ତଦନ୍ତରେ ଯୋଗ ଦେବେ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି।

ଏ ଭଳି ଆକ୍ରମଣ ବିରଳରୁ ବିରଳତର। ନିକଟ ଅତୀତରେ ଏ ଭଳି କୌଣସି ଆକ୍ରମଣ ହୋଇ ନ ଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର