ଜମ୍ମୁ ବିମାନଘାଟିରେ ଏନ୍‌ଏସ୍‌ଜିର ‘ଆଣ୍ଟି ହାଇଜାକ୍‌ ଡ୍ରିଲ୍‌’

ଜମ୍ମୁ : ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ପକ୍ଷରୁ ଶୁକ୍ରବାର ଜମ୍ମୁ ବାୟୁସେନା ଘାଟିରେ ଏକ ପୂର୍ଣ୍ଣାଙ୍ଗ ବିମାନ ଅପହରଣ-ବିରୋଧୀ ଅଭ୍ୟାସ (ଆଣ୍ଟି-ହାଇଜାକ୍ ଡ୍ରିଲ୍) କରାଯାଇଥିଲା।

ପ୍ରତିରକ୍ଷା ପିଆର୍‌ଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନା, ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ), ରାଜ୍ୟ ସରକାର, ଜମ୍ମୁ-କଶ୍ମୀର ପୁଲିସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌), ଭାରତୀୟ ତୈଳ ନିଗମ (ଆଇଓସି) ଓ ଅନ୍ୟ ସମ୍ପୃକ୍ତ ବିଭାଗର ସକ୍ରିୟ ଭୂମିକା ଥିଲା। ଭବିଷ୍ୟତରେ ଯଦି ଏଭଳି ସଂକଟ କେବେ ସୃଷ୍ଟି ହୁଏ, ତେବେ ତାହାର ସଫଳ ମୁକାବିଲା କରିବା ଲାଗି ଏହି ଅଭ୍ୟାସ ଉଦ୍ଦିଷ୍ଟ ଥିଲା।

ସମ୍ବନ୍ଧିତ ଖବର