ଥରୁର୍‌ଙ୍କୁ ସାଉଦୀ ଯିବାକୁ ଅନୁମତି

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଆଜି ଦିଲ୍ଲୀ କୋର୍ଟ କଂଗ୍ରେସ ନେତା ତଥା ସୁନନ୍ଦାଙ୍କ ସ୍ବାମୀ ଶଶି ଥରୁର୍‌ଙ୍କୁ ସାଉଦି ଆରବ ଯିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଥରୁର୍‌ ଆସନ୍ତା ୨୮ ତାରିଖରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସାଉଦି ଆରବ ଯିବା ଲାଗି ସ୍ବତନ୍ତ୍ର ସିବିଆଇ ବିଚାରପତି ଅରୁଣ ଭରଦ୍ବାଜ ଏହି ଅନୁମତି ଦେଇଛନ୍ତି। ଅପରପକ୍ଷେ, ସୁନନ୍ଦା ମୃତ୍ୟୁ ମାମଲା ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ ଥରୁର୍‌ଙ୍କର ବିଦେଶ ଗସ୍ତ ଦ୍ବାରା ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ଆଶଙ୍କାରେ ଦିଲ୍ଲୀ ପୁଲିସ ବିରୋଧ କରିଛି।

ସମ୍ବନ୍ଧିତ ଖବର