ନୂଆଦିଲ୍ଲୀ:   ବିଗତ ୪୫ ବର୍ଷ ମଧ୍ୟରେ ବେକାରି ଏତେ ଉତ୍କଟ ନ ଥିଲା, ଯାହା ଗତବର୍ଷ ଦେଖିବାକୁ ମିଳିଥିଲା। ସର୍ବାଧିକ ବେକାର ୨୦୧୭-୧୮ରେ ରହିଛନ୍ତି  । ଜାତୀୟ ନମୁନା ସର୍ବେକ୍ଷଣ ପ୍ରତିଷ୍ଠାନ (ଏନଏସ୍ଏସ୍ଓ) ପକ୍ଷରୁ ଜାରି  ପିଏଲଏଫ୍ଏସର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ସରକାରଙ୍କ ବଜେଟ୍ ପୂର୍ବରୁ ହିଁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏପରିସ୍ଥଳେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି। ବିରୋଧୀ ଦଳ ଲଗାତାର ରୋଜଗାର ପ୍ରସଙ୍ଗ ଉପରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ନିବାଚନ ପୂର୍ବରୁ ଏହି ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା ଅଧିକ ବଢ଼ିଯାଇଛି। ଏନଏସ୍ଏସ୍ଓ  ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାର କାରଣ ପାଲଟିଛି। କାରଣ ଏହାକୁ ନେଇ କଂଗ୍ରେସ କଡ଼ା ସମାଲୋଚନା ଆରମ୍ଭ କରିଛି।

Advertisment

ରିପୋର୍ଟ ଅନୁସାରେ ୧୯୭୨ ପରେ ୨୦୧୭-୧୮ରେ ଦେଶରେ ବେକାରି ସଂଖ୍ୟା ସର୍ବାଧିକ । ତେବେ ଏବେ ପର୍ଯ୍ୟନ୍ତ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । କିନ୍ତୁ ବିଜିନେସ୍ ଷ୍ଟା୍ଣ୍ଡାଡ଼୍ ଏହି ରିପୋର୍ଟର ଖୁଲାସା କରିଛି ।  ରିପୋର୍ଟ ଅନୁସାରେ ୨୦୧୧-୧୨ରେ ବେକାରି ସଂଖ୍ୟା ୨.୨ ପ୍ରତିଶତ ଥିଲା । ଯୁକମାନେ ଅଧିକ ବେକାର ଥିଲେ । ୧୩ରୁ ୨୭ ପ୍ରତିଶତ ଥିଲା ବେକାରି ସଂଖ୍ୟା । ସହରରେ ବେକାରି ସଂଖ୍ୟା ଅଧିକ ଥିଲା । ସହରରେ ୭.୮ ପ୍ରତିଶତ ଥିଲାବେଳେ ଗାଁରେ ଥିଲା ୫.୩ ପ୍ରତିଶତ ।

ନଭେମ୍ବର ୨୦୧୬ରେ ବିମୁଦ୍ରାକରଣ ହେବା ପରେ ଏନଏସଏଏସଓର ଏହା ପ୍ରଥମ ବାର୍ଷିକ ସର୍ବେକ୍ଷଣ । ଜାତୀୟ ପରିସଂଖ୍ୟାନ ଆୟୋଗର ଚେୟାରପର୍ସନ ପିସି ମୋହନଙ୍କ ସମେତ ଆଉ ଦୁଇ ଜଣ କର୍ମଚାରୀ ଇସ୍ତଫା ଦେବାପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏନେଇ ସରକାର ସଫେଇ ଦେଇଛନ୍ତି । ଆସିଥିବା ରିପୋର୍ଟ ମାତ୍ର ୩ ମାସର ବୋଲି କହିଛନ୍ତି ସରକାର । ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।