ନୂଆଦିଲ୍ଲୀ: ନିଟ୍-ୟୁଜି ଓ ୟୁଜିସି ନେଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍ ପ୍ରଦୀପ ସିଂହ ଖରୋଲାଙ୍କୁ ଏନ୍ଟିଏର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
ତେବେ ପ୍ରଦୀପ ସିଂ ଖରୋଲାଙ୍କୁ ଏନଟିଏ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ସେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ (ଆଇଟିପିଓ)ର ସଭାପତି ଓ ଏମ୍ ଡି ଦାୟିତ୍ବ ମଧ୍ୟ ତୁଲାଉଛନ୍ତି।
ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ୟୁଜିସି-ନେଟ୍ ପରୀକ୍ଷାର ପେପର ଲିକ୍ ଘଟଣାକୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଛି। ଏହା ସହ ସରକାର ଜୁନ୍ ୨୧ରେ ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସିବିଆଇ ମଧ୍ୟ ଏକ ଏଫଆଇଆର ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ମାମଲାରେ ବିହାର ପୁଲିସ୍ ଆଜି ଝାଡଖଣ୍ଡରୁ ୬ ଜଣଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରାଗଲାଣି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-22-at-22.12.49.jpeg)