ସିବିଏସଇ ଦ୍ୱାରା ପରିଚାଳିତ ସମସ୍ତ ପ୍ରବେଶିକା ପରୀକ୍ଷା କରିବ ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। କେନ୍ଦ୍ର କ୍ୟାବିନେଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସଇ ଦ୍ୱାରା ପରିଚାଳିତ ହେଉଥିବା ନିଟ ଓ ଜେଇଇ ମେନ ପରୀକ୍ଷା କରିବ ଏନଟିଏ। ଏହି ସଂସ୍ଥା ବର୍ଷକୁ ଦୁଇଥର ପ୍ରବେଶିକା ପରୀକ୍ଷା କରିବ। ପ୍ରତ୍ୟେକ ଜିଲ୍ଲାରେ ଏଥିପାଇଁ ପରୀକ୍ଷା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରବେଶିକା ପରୀକ୍ଷାକୁ ମଧ୍ୟ ଏନଟିଏ ପରିଚାଳିତ କରିବ। ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଅନ୍ୟ ପ୍ରବେଶିକା ପରୀକ୍ଷାକୁ ମଧ୍ୟ ପରିଚାଳିତ କରିବା ଏନଟିଏ। ଏନଟିଏ ଏକ ସ୍ୱୟଂଚାଳିତ ସଂସ୍ଥା। ବିଭିନ୍ନ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ସିବିଏସଇ, ଏଆଇସିଟିଇ ଓ ଅନ୍ୟ ସଂସ୍ଥାମାନେ ବର୍ତ୍ତମାନ ଏହି ଦାୟିତ୍ୱରୁ ଅବ୍ୟାହତି ପାଇବେ।