ନୂଆଦିଲ୍ଲୀ : ଓଡ଼ିଶାର ଭୁବନେଶ୍ୱର ଓ ସମ୍ବଲପୁର ସମତେ ଦେଶର ୩୩ଟି ସୈନିକ ସ୍କୁଲରେ ଶିକ୍ଷାବର୍ଷ ୨୦୨୧-୨୨ରେ ନାମ ଲେଖାଇବା ପାଇଁ ପ୍ରଥମ ଥର ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସୈନିକ ସ୍କୁଲ ଏନ୍ଟ୍ରାନ୍ସ ପରୀକ୍ଷା-୨୦୨୧ରେ ଭାଗନେବେ। ପ୍ରବେଶିକା ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଦେଶରେ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଛି ଯାହା ନଭେମ୍ବର ୧୯ରେ ଶେଷ ହେବ। ଏନ୍ଟିଏ ଦ୍ୱାରା ପରୀକ୍ଷା ଆୟୋଜନ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରବେଶ ପରୀକ୍ଷା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ସୈନିକ ସ୍କୁଲ ସୋସାଇଟି ଦ୍ୱାରା ଆୟୋଜନ କରାଯାଇ ଆସୁଥିଲା।
ସୈନିକ ସ୍କୁଲରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଆୟୋଜନ କରିବ ଏନ୍ଟିଏ
/sambad/media/post_attachments/wp-content/uploads/2020/11/sainik-school.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)