ସୈନିକ ସ୍କୁଲରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଆୟୋଜନ କରିବ ଏନ୍‌ଟିଏ

ନୂଆଦିଲ୍ଲୀ : ଓଡ଼ିଶାର ଭୁବନେଶ୍ୱର ଓ ସମ୍ବଲପୁର ସମତେ ଦେଶର ୩୩ଟି ସୈନିକ ସ୍କୁଲରେ ଶିକ୍ଷାବର୍ଷ ୨୦୨୧-୨୨ରେ ନାମ ଲେଖାଇବା ପାଇଁ ପ୍ରଥମ ଥର ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସୈନିକ ସ୍କୁଲ ଏନ୍‌ଟ୍ରାନ୍ସ ପରୀକ୍ଷା-୨୦୨୧ରେ ଭାଗନେବେ। ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଦେଶରେ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଛି ଯାହା ନଭେମ୍ବର ୧୯ରେ ଶେଷ ହେବ। ଏନ୍‌ଟିଏ ଦ୍ୱାରା ପରୀକ୍ଷା ଆୟୋଜନ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରବେଶ ପରୀକ୍ଷା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ସୈନିକ ସ୍କୁଲ ସୋସାଇଟି ଦ୍ୱାରା ଆୟୋଜନ କରାଯାଇ ଆସୁଥିଲା।

ସମ୍ବନ୍ଧିତ ଖବର