୧୨ରୁ ୧୭ ବର୍ଷୀୟ ଶିଶୁଙ୍କଠାରେ ବ୍ୟବହାର ଲାଗି ‘କୋଭୋଭାକ୍ସ’ ଟିକାକୁ ଅନୁମୋଦନ ଦେଲା ଏନଟିଏଜିଆଇ

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। ଫଳରେ ଦେଶରେ କିଶୋରଙ୍କ କ୍ଷେତ୍ରରେ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି ।  ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୬ ତାରିଖରୁ ଭାରତରେ ୧୨ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କ ଲାଗି ଟିକାକରଣ ଅଭିଯାନ ଆରମ୍ଭ ହୋଇଛି।

ଏହା ପୂର୍ବରୁ ଡ୍ରଗ୍ସ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ୨୦୨୧ ଡିସେମ୍ବର ୨୮ରେ ବୟସ୍କମାନଙ୍କ କ୍ଷେତ୍ରରେ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା।  ଏଥିସହ ୧୨ରୁ ୧୭ ବର୍ଷ ବୟସ୍କ ବର୍ଗ କିଶୋରଙ୍କୁ ନିର୍ଦ୍ଦିଷ୍ଟ ସ୍ଥଳରେ ଟିକା ଦେବାଲାଗି ଅନୁମୋଦନ ବି କରିଥିଲା। ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ‌ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ କୋଭୋଭାକ୍ସର ପ୍ରୟୋଗ ଲାଗି ସ୍ଥାୟୀ ଅନୁମତି ପ୍ରଦାନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଆବେଦନ କରାଯାଇଥିଲା।

ଏନଟିଏଜିଆଇଙ୍କ ସୁପାରିସ ପରେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ । ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ସୂଚନାଯୋଗ୍ୟ, ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେବାକ୍ସ ଟିକାକୁ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର