ନୂଆଦିଲ୍ଲୀ : ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ବାଘ ଶିକାର ପ୍ରସଙ୍ଗରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଏହି ମାମଲାରେ ଅକ୍ଟୋବର ୨୯ରେ ରାଜ୍ୟ ବନ୍ୟ ପ୍ରାଣୀ ସଂରକ୍ଷକଙ୍କଠାରୁ ପ୍ରାଧିକରଣ ରିପୋର୍ଟ ତଲବ କରିବାପରେ ଦୁଇ ଜଣିଆ ଟିମ୍ ପଠାଇ ତଦନ୍ତ କରିବାପାଇଁ ନିଷ୍ପତ୍ତି ନେଇଛି। ଏନ୍ଟିସିଏର ଉଚ୍ଚ ପଦସ୍ଥ ସୁତ୍ର ଅନୁସାରେ ଘଟଣାର ଟିକିନିଖି ତଦନ୍ତ ପାଇଁ ନାଗପୁର ସ୍ଥିତ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଆସିଷ୍ଟାଣ୍ଟ୍ ଇନ୍ସପେକ୍ଟର ଜେନେରାଲ (ଏଆଇଜି) ତଥା ଜବଲପୁର ସ୍ଥିତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଞ୍ଚଳିକ ଡେପୁଟି ଡାଇରେକ୍ଟର ଡେବ୍ରିଗଡ଼ ବାଘ ଶିକାର ମାମଲାର ତଦନ୍ତ କରିବେ। ଦୁଇ ଜଣିଆ ଟିମ୍ ୧୦ ଦିନ ମଧ୍ୟରେ ଏନ୍ଟିସିଏକୁ ତଦନ୍ତ ରିେପାର୍ଟ ପ୍ରଦାନ କରିବେ। ତଦନ୍ତ ରିପୋର୍ଟ ଆଧାରରେ ଏନ୍ଟିସିଏ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ ତଥା ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ପ୍ରାଧିକରଣର ଜଣେ ଅଧିକାରୀ କହିଛନ୍ତି। ଉକ୍ତ ଦୁଇଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ ତଥା ସମସ୍ତ ଘଟଣାକ୍ରମର ଟିକିନିଖି ବିବରଣୀ ଅଞ୍ଚଳ ବାସିନ୍ଦା ତଥା ସରକାରୀ କର୍ମଚାରୀମାନଙ୍କଠାରୁ ସଂଗ୍ରହ କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp