ନିଜ ମେଡିକାଲକୁ କରୋନା ୱାର୍ଡରେ ପରିବର୍ତ୍ତନ କଲା ଏନଟିପିସି

ନୂଆଦିଲ୍ଲୀ: କରୋନା ଲଢେଇ ପାଇଁ ଏନଟିପିସି ଏହାର ୪୫ଟି ଡାକ୍ତରଖାନା / ସ୍ୱାସ୍ଥ୍ୟ ୟୁନିଟ୍କୁ କରୋନା ୱାର୍ଡରେ ପରିବର୍ତ୍ତନ କରିଛି | କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଥିବା ପ୍ରମୁଖ ଚିକିତ୍ସା ଭିତ୍ତିଭୂମିରେ ଦିଲ୍ଲୀର ବଦରପୁର ଡାକ୍ତରଖାନା ଏବଂ ଓଡ଼ିଶାର ସୁନ୍ଦରଗଡର ମେଡିକାଲ କଲେଜ ହସ୍ପିଟାଲ ରହିଛି। ସେହିପରି ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ର ବ୍ୟବହାର ବିଷୟରେ ଭିଡିଓ କଲ୍ ଉପରେ ମେଡିକାଲ୍ କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଇଛି | ଏନଟିପିସି ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୨୨ ରେ,ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଡାକ୍ତରଖାନାରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା | ସେହିପରି ସମସ୍ତ ମେଡିକାଲକୁ ୩୦୦୦୦ ମାସ୍କ ଏବଂ ୩୦୦୦୦ ଗ୍ଲୋଭସ୍ ପଠାଯାଇଛି | ସେହିପରି ଝାଡ଼ଖଣ୍ଡ ହଜାରୀବାଗ ମେଡିକାଲ ପାଇଁ ୮ ଟି ଭେଣ୍ଟିଲେଟର କ୍ରୟ କରାଯାଉଛି | ବର୍ତ୍ତମାନ ପ୍ରକଳ୍ପ ଡାକ୍ତରଖାନାଗୁଡ଼ିକରେ ୭ ଟି ଭେଣ୍ଟିଲେଟର ଅଛି |ଏଥି ସହ ଭେଣ୍ଟିଲେଟର ସହିତ ୧୮ ଟି ଆଡଭାନ୍ସଡ୍ ଲେଭଲ୍ ଆମ୍ବୁଲାନ୍ସ ଅଛି ବୋଲି କମ୍ପାନୀ କହିଛି। ଅନ୍ୟପଟେ ୧୦ଟି ଭେଣ୍ଟିଲେଟର ବିଭିନ୍ନ ଡାକ୍ତରଖାନା ପାଇଁ କ୍ରୟ କରାଯିବ |

ସମ୍ବନ୍ଧିତ ଖବର