ଓସାକାଲ ପକ୍ଷରୁ ନୂଆଁଖାଇ ଭେଟଘାଟ୍‌

କାଲିଫର୍ଣ୍ଣିଆ : କାଲିଫର୍ଣ୍ଣିଆସ୍ଥିତ ଓଡ଼ିଶା ସୋସାଇଟି ଆମେରିକା (ଓସାକାଲ) ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଭର୍ଚୁଆଲରେ ପାଳିତ ହୋଇଯାଇଛି। ଆମେରିକାରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନେ ବହୁ ସଂଖ୍ୟାରେ ଯୋଗଦେଇ ପରସ୍ପରକୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ। ଏଥିରେ ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ. ସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି, ଲୋକ ସଙ୍ଗୀତର ବିଶିଷ୍ଟ ଗୀତିକାର ସର୍ବେଶ୍ଵର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କସ୍ତୁରୀ ଓ ଦେବ ମହାପାତ୍ର , ମିନତି ଓ ପ୍ରତାପ ମିଶ୍ର, ମୀରା ଦାସ, ସରୋଜ ବେହେରା ପ୍ରମୁଖ ନୂଆଁଖାଇର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କୋଶଳୀ-ସମ୍ବଲପୁରୀ ନାଟ୍ୟକାର ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ନାଟ୍ୟ ନିର୍ଦ୍ଦେଶକ ଦେବୁ ପଣ୍ଡାଙ୍କ ନାଟକ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା (ଓସା) ର ପୂର୍ବତନ ସଭାପତି କୁକୁ ଦାସ, ଯୋଗଗୁରୁ ମନୋଜ ଯୋଶୀ, ଗାୟତ୍ରୀ ଯୋଶୀ, ଅରୁନ୍ଧତୀ ମିଶ୍ର ଏବଂ ଓସାକାଲ୍‌ର ପୂର୍ବତନ ସଭାପତି ସରିତା ଜଗତଜିତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଆମ ସଂସ୍କୃତିକୁ ପ୍ରାଧାନ୍ୟ ଦେଇଥିବାରୁ ଓସାକାଲର ସଭାପତି ଦୀପ୍ତି ମଲ୍ଲିକ, ଉପସଭାପତି ରଶ୍ମିତା ବରାଳ, ସମ୍ପାଦକ ସୁଦାମ ମିଶ୍ରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର