ଦୁବାଇ : ଦୁବାଇରେ ବସବାସ କରୁଥିବା ସମ୍ବଲପୁରର ଝିଅ ତିସ୍ୟା ପାଣିଗ୍ରାହୀ (୧୧) ଓ ତାଙ୍କ ପିତା ପ୍ରିୟଦର୍ଶୀ ପାଣିଗ୍ରାହୀ ସମୁଦ୍ରର ଅତଳ ଗର୍ଭରୁ ବିଶ୍ୱବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି। ପ୍ରିୟଦର୍ଶୀ ଜଣେ ପ୍ରଶିକ୍ଷିତ ଓ ଅଭିଜ୍ଞ ସ୍କୁବା ଡାଇଭର୍। ଗତ ୧୦ ତାରିଖ ଦିନ ବାପା-ଝିଅ ଆରବସାଗର ପୂର୍ବ ଉପକୂଳର ଫୁଜାଇରାସ୍ଥିତ ଓମାନ ଉପସାଗରର ଡାଇଭ ସାଇଟ୍ ‘ଦିବ୍ବା ରକ୍’ଠାରେ ସମୁଦ୍ର ଭିତରେ ପ୍ରାୟ ୪୦ ଫୁଟ୍ ତଳକୁ ବୁଡ଼ି ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇବା ସହ ମା’ ସମଲେଶ୍ୱରୀଙ୍କୁ ସମସ୍ତଙ୍କ କୁଶଳ କାମନା କରିଥିଲେ। ସେମାନେ ହାତରେ ପ୍ଲା’କାର୍ଡ ଧରି ଶୁଭେଚ୍ଛା ଜଣାଇଥିଲେ। ଗୋଟିକରେ ‘ନୂଆଁଖାଇ ଜୁହାର’ ଓ ଅନ୍ୟଟିରେ ‘ଶୁଭ ନୂଆଁଖାଇ’ ଲେଖାଥିଲା। ଲେବାନୀୟ ଡାଇଭିଂ ପ୍ରଶିକ୍ଷକ ହାନୀ-ଏଲ-ହଜ୍ଜର ସମୁଦ୍ର ଭିତରୁ ସେମାନଙ୍କ ଫଟୋ ଉଠାଇଥିଲେ।
ସମୁଦ୍ର ଗର୍ଭରୁ ‘ନୂଆଁଖାଇ ଜୁହାର’
/sambad/media/post_attachments/wp-content/uploads/2021/09/Nuakhai-Juhar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)