ସବୁ ହାତଛଡ଼ା ହୋଇଯିବା ପରେ ଏବେ ଭାରତକୁ ଆଣବିକ ଯୁଦ୍ଧର ଧମକ୍‌ ଦେବାକୁ ‘ଏନ୍‌ସିଏ’ର ଶରଣ ପଶିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌

ନୂଆଦିଲ୍ଲୀ: ଫେବ୍ରୁଆରି ୧୪ରେ ସଂଗଠିତ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲାର ବଦ୍‌ଲା ନେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଗତ ମଙ୍ଗଳବାର ପ୍ରତ୍ୟୁଷରେ ପାକିସ୍ତାନ ଉପରେ କରା ଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ମିଥ୍ୟା ପ୍ରମାଣିତ କରିବା ପାଇଁ ପାକିସ୍ତାନ ପକ୍ଷରୁ ସବୁ ପ୍ରକାର ଓ ସବୁ ସ୍ତରରୁ କରା ଯାଇଥିବା ଉଦ୍ୟମ ଅନ୍ତର୍ଜାତିକ ସ୍ତରରେ ଫେଲ୍‌ ମାରଛି। ଏ ପରତସ୍ଥିତିରେ ଏବେ ପାକିସ୍ତାନ ପାଇଁ ଶେଷ ଭରସା ସାଜିଛି ନ୍ୟାସନାଲ କମାଣ୍ଡ ଅଥରିଟି (ଏନ୍‌ସିଏ)।

କାରଣ, ଭାରତୀୟ ବାୟୁସେନା ପକ୍ଷରୁ ଗତ ମଙ୍ଗଳବାର ପ୍ରତ୍ୟୁଷରେ ପାକିସ୍ତାନ ଉପରେ କରା ଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସିଧାସଳଖ ଭାରତକୁ ଯୁଦ୍ଧ ଧମକ ଦେବା ସହ ଉତ୍ପନ୍ନ ପରିସ୍ଥିତି ପାଇଁ ସାବଧାନ ରହିବାକୁ ଚେତାବନୀ ମଧ୍ୟ ଦେଇ ସରିଛନ୍ତି। ହେଲେ, ପାକିସ୍ତାନର ସାମରିକ ସ୍ଥିତି ଓ ପରିସ୍ଥିତି ଯାହା ସେଥିରେ ସେ ଭାରତର ମୁକାବିଲା କରି ପାରିବାର ଆଦୌ କୌଣସି ସମ୍ଭାବନା ନାହିଁ।

ଏ ପରିସ୍ଥିତିରେ ପାକିସ୍ତାନ ପାଇଁ ଏକମାତ୍ର ଓ ଶେଷ ବିକଳ୍ପ ହେଉଛି, ଆଣବିକ ଯୁଦ୍ଧ। ହେଲେ, ଏହା ଏତେଟା ସୁଗମ ନୁହେଁ। କାରଣ, କୌଣସି ଦେଶ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗର କ୍ଷମତା କେବଳ ମାତ୍ର ରହିଛି ନ୍ୟାସନାଲ କମାଣ୍ଡ ଅଥରିଟି (ଏନ୍‌ସିଏ) ହାତରେ। ସେଥିପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆଜି ନ୍ୟାସନାଲ କମାଣ୍ଡ ଅଥରିଟି (ଏନ୍‌ସିଏ)ର ଏକ ଜରୁରୀ ବୈଠକ ଡ଼କାଇଛନ୍ତି; ଭାରତକୁ ଆଣବିକ ଯୁଦ୍ଧର ଧମକ ଦେବା ଲକ୍ଷ୍ୟରେ। ହେଲେ, ଆଣବିକ ଯୁଦ୍ଧ ପାଇଁ ନ୍ୟାସନାଲ କମାଣ୍ଡ ଅଥରିଟି (ଏନ୍‌ସିଏ) ପାକିସ୍ତାନ ସେନାକୁ ଏଥିପାଇଁ ଅନୁମତି ଦେବାର କୌଣସି ପ୍ରକାରର ସମ୍ଭାବନା ନାହିଁ ବୋଲି କହିଛନ୍ତି ବିଶ୍ୱର ଯୁଦ୍ଧ ବିଶାରଦମାନେ।

ସମ୍ବନ୍ଧିତ ଖବର