ନୂଆଦିଲ୍ଳୀ: ଇସ୍ରାଏଲ୍-ଇରାନ ମଧ୍ୟରେ ବିବାଦ ଥମିବାର ନଁ ଧରୁନାହିଁ। ଇସ୍ରାଏଲ ଏବଂ ଇରାନ ଲଗାତାର ସପ୍ତମ ଦିନ ପାଇଁ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଚାଲିଛନ୍ତି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ରହିିଛି। କେବଳ ସେତିକି ନୁହେଁ; ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ଅନେକ ପରମାଣୁ ସାଇଟ୍, ହସ୍ପିଟାଲ୍ ଆଦି କ୍ଷତିଗ୍ରସ୍ତ ହୋଇଛି।
ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ଅନେକ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଛି। ସେଠାରୁ ଧୂଆ ବାହାରୁ୍ଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ; ଏକ ଲାଇଭ୍ କାର୍ଯ୍ୟକ୍ରମକୁ ସାମ୍ବାଧନ କଲା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଘୋଷଣା କରିଛନ୍ତି ଯେ ଦେଶ ଏକତାରେ ରହିଛି ଏବଂ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।
ଇରାନକୁ ଆତ୍ମସମର୍ପଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଯାହାର ଜବାବରେ, ଖାମେନି ଏପରି ଏକ କଠୋର ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି କି ଯେକୌଣସି ଆମେରିକୀୟ ସାମରିକ ଆକ୍ରମଣ "ଗମ୍ଭୀର ଅପୂରଣୀୟ ପରିଣାମ" ଆଣିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/19/471027eb-f491-4ec4-9608-895f89bae351-2025-06-19-13-57-18.jpg)