ମୁସାରଫଙ୍କ ଆଶଙ୍କା : ଭାରତ ଉପରେ ପାକିସ୍ତାନ ଗୋଟିଏ ଆଣବିକ ବୋମା ପକାଇଲେ, ଭାରତ ଏକାଥରକେ ୨୦ଟି ପକାଇ ପାକିସ୍ତାନର ସମୂଳ ବିନାଶ କରିଦେବ

ଦୁବାଇ : ଭାରତ ଓ ପାକିସ୍ତାନ ବିବାଦ ସଂପର୍କରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଏବଂ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁସାରଫ । ଦୁବାଇଠାରେ ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭାରତ ପୁଣିଥରେ ଏକ ସର୍ଜିକାଲ ଷ୍ଟ୍ରାଇକ କରିପାରେ । କାରଣ ଭାରତସୀମା ପଟୁ ଭାରତ କେତେକ ସ୍ଥାନରେ ସୁବିଧାଜନକ ସ୍ଥିତିରେ ରହିଛି । କିନ୍ତୁ ପାକିସ୍ତାନକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ହେବ ।

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ସଂପର୍କରେ ସେ କହିଛନ୍ତି ଯେ ଏହା ସେତେଟା ସହଜ ନୁହେଁ ଓ ଏହାକୁ ସବୁବେଳେ ଏଡେଇବା ଉଚିତ । ସେ କହିଛନ୍ତି ଯେ ଭାରତ ଉପରେ ପାକିସ୍ତାନ ଯଦି ଗୋଟିଏ ପରମାଣୁ ବୋମା ପକାଏ ତେବେ ଭାରତ ପାକିସ୍ତାନ ଉପରେ ଏକାଥରକେ ୨୦ଟି ବୋମା ପକାଇ ଏହାକୁ ସଂପୂର୍ଣ୍ଣ ମାଟିରେ ମିଶାଇଦେବ । ଏଣୁ ଭାରତକୁ ହରାଇବାକୁ ହେଲେ ପାକିସ୍ତାନକୁ ଏକାଥରକେ ୫୦ଟି ପରମାଣୁ ବୋମା ପକାଇବାକୁ ପଡ଼ିବ । ଏଣୁ ଏହା ସେତେଟା ସହଜ କଥା ନୁହେଁ ଓ ଏହାକୁ ସବୁବେଳେ ଅନ୍ତିମ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଭାରତର ମୁକାବିଲା କରିବାକୁ ହେଲେ ପାକିସ୍ତାନକୁ ଇସ୍ରାଏଲ ସହିତ ଭଲ ସଂପର୍କ ରଖିବାକୁ ପଡିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର