ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ବିବାଦୀୟ ‘ନ୍ୟୁଡ୍ ପାର୍ଟି’ ଆୟୋଜନ ଯୋଜନା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଆସନ୍ତା ସେପ୍ଟେମ୍ବର ୨୧ରେ ଏକ ଗୁପ୍ତ ଫାମ୍ହାଉସରେ ହେବାକୁ ଥିବା ଏହି ପାର୍ଟି ପାଇଁ ଇନ୍ଷ୍ଟାଗ୍ରାମ୍ରେ ଏକ ଆକାଉଣ୍ଟ ଦ୍ୱାରା ପ୍ରଚାର ହୋଇଥିଲା। ଏଥିରେ ଅଂଶଗ୍ରହଣକାରୀଙ୍କୁ ବିନା ବସ୍ତ୍ରରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ମୋବାଇଲ ନିଷେଧ କରାଯିବା ସହ ଏଣ୍ଟ୍ରି ଫି’ ଜଣ ପ୍ରତି ୪୦,୦୦୦ ଟଙ୍କା ଓ ଦମ୍ପତିଙ୍କ ପାଇଁ ୧ ଲକ୍ଷ ଟଙ୍କା ନିର୍ଦ୍ଧାରିତ ହୋଇଥିଲା। ମୁମ୍ବାଇ ଓ ବେଙ୍ଗାଲୁରୁରୁ କଳାକାରମାନେ ପ୍ରଦର୍ଶନ ପାଇଁ ଆସୁଥିବା ମଧ୍ୟ ସୂଚନା ଦିଆଯାଇଛି। ଏହା ସହ ଡ୍ରଗ୍ କାର୍ଟେଲ ସହ ସମ୍ପର୍କ ଥିବା ସନ୍ଦେହ ହେଉଛି, ଯାହା ଏକ ଉଚ୍ଚବର୍ଗର ପାର୍ଟି ପାଇଁ ମାଦକ ଦ୍ରବ୍ୟ ଯୋଗାଉଥିବା ଆଶଙ୍କା ରହିଛି।
ସେପ୍ଟେମ୍ବର ୧୨-୧୩ରେ ନ୍ୟୁଡ୍ ପାର୍ଟି ପୋଷ୍ଟ୍ ଭାଇରାଲ ହେବା ପରେ ରାୟପୁର ପୁଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ଅନ୍ୟ ୪ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରେ ବିଦେଶୀ ଦମ୍ପତି ମଧ୍ୟ ଅଛନ୍ତି। ଅଟକ ବ୍ୟକ୍ତିଙ୍କ ମୋବାଇଲରୁ ନ୍ୟୁଡ୍ ପାର୍ଟି ଆୟୋଜନ ବିଷୟରେ ତଥ୍ୟ ମିଳିଛି। କଂଗ୍ରେସ ନେତା ଦୀପକ ବୈଜ ଏହାକୁ ‘ଲଜ୍ଜାଜନକ’ କହି ସରକାରକୁ ଟାର୍ଗେଟ କରିଛନ୍ତି। ବିଜେପି ମନ୍ତ୍ରୀ ଶ୍ୟାମ ବିହାରୀ ଜୟସ୍ବାଲ ‘ନ୍ୟୁଡ୍ ପାର୍ଟି’କୁ ନିନ୍ଦା କରି ଯୁବକମାନଙ୍କୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହା ନୈତିକତା ଓ ସଂସ୍କୃତି ଉପରେ ଆଘାତ ବୋଲି ଦର୍ଶାଇ ବିରୋଧ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/15/fhfhfhfhs-2025-09-15-03-37-08.jpg)