ଦେଶର କେଉଁ ରାଜ୍ୟରେ କେତେ ଆକ୍ରାନ୍ତ ଅଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୨୨୯୩ରେ ପହଞ୍ଚିଯାଇଛି। ସେହିଭଳି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୫୬ରେ ପହଞ୍ଚିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୪୫ ଜଣ, ଆସାମରେ ୨ଜଣ, ବିହାରରେ ୬ ଜଣ, ଦିଲ୍ଲୀରେ ୭୩ ଜଣ, ଗୁଜରାଟରେ ୫୧୩ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୦ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୨୧ ଜଣ, ମହାରାଷ୍ଟ୍ରରେ ୮୬୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପଞ୍ଜାବରେ ୩୧ ଜଣ, ରାଜସ୍ଥାନରେ ୧୧୩ ଜଣ, ତାମିଲନାଡୁରେ ୫୩ ଜଣ, ତେଲେଙ୍ଗାନାରେ ୩୦ ଜଣ, ଉତ୍ତରପ୍ରଦେଶରେ ୮୦ ଜଣ ଏବଂ ପଶ୍ଚିମବଙ୍ଗରେ ୧୯୦ ଜଣ ଅଛନ୍ତି ।

Airport Technology

ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୦୧୮), ଅରୁଣାଚଳ ପ୍ରଦେଶ (୧), ଆସାମ (୬୫), ବିହାର (୭୪୭), ଚଣ୍ଡିଗଡ଼ (୧୭୪), ଛତିଶଗଡ଼ (୫୯), ଦିଲ୍ଲୀ (୭୨୩୩), ଗୋଆ (୭), ଗୁଜରାଟ (୮୫୪୧), ହରିୟାଣା (୭୩୦), ହିମାଚଳ ପ୍ରଦେଶ (୫୯), ଜମ୍ମୁ ଓ କଶ୍ମୀର (୮୭୯), ଝାଡ଼ଖଣ୍ଡ (୧୬୦) କର୍ଣ୍ଣାଟକ (୮୬୨), କେରଳ (୫୧୯), ଲଦାଖ (୪୨), ମଧ୍ୟପ୍ରଦେଶ (୩୭୮୫), ମହାରାଷ୍ଟ୍ର (୨୩୪୦୧), ମଣିପୁର (୨), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୪୧୪ ), ପୁଦ୍ଦୁଚେରୀ (୧୨), ପଞ୍ଜାବ (୧୮୭୭), ରାଜସ୍ଥାନ (୩୯୯୮), ତାମିଲନାଡୁ (୮୦୦୨), ତେଲେଙ୍ଗାନା (୧୨୭୫), ତ୍ରିପୁରା (୧୫୨), ଉତ୍ତରାଖଣ୍ଡ (୬୮), ଉତ୍ତରପ୍ରଦେଶ (୩୫୭୩) ଓ ପଶ୍ଚିମବଙ୍ଗ (୨୦୬୩) ରହିଛି |

ସମ୍ବନ୍ଧିତ ଖବର