ମୋଦୀ ସରକାର ସମୟରେ ବଢିଛି ଗାଈଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ଗାଈଙ୍କ ସଂଖ୍ୟା ବଢ଼ିଥିବାର ରିପୋର୍ଟ ପ୍ରକାଶ ପାଇଛି | ଦେଶର ସମୁଦାୟ ୬.୬ ଲକ୍ଷ ଗାଁ ଓ ୮୯ ହଜାର ସହରାଂଚଳରେ ହୋଇଥିବା ପଶୁଧନ ଗଣନା ରିପୋର୍ଟରୁ ଏ ନେଇ ସୂଚନା ମିଳିଛି | ମିଳିଥିବା ରିପୋର୍ଟରେ ମୁତାବକ ବର୍ତ୍ତମାନ ୧୪.୫ କୋଟି ଗାଈ ଥିବାବେଳେ ବଳଦ ବା ଷଣ୍ଢଙ୍କ ସଂଖ୍ୟା ରହିଛି ୪.୭ କୋଟି | ସେହିପରି ମଇଁଷି ୧୦ କୋଟି ଥିବାବେଳେ ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ୨୧ କୋଟି ରହିଛି |

ଦେଶରେ ୩.୪ ଲକ୍ଷ ଘୋଡା ଥିବାବେଳେ ୮୫ କୋଟି କୁକୁଡ଼ା ରହିଛନ୍ତି | ସେହିପରି ୧.୨ ଲକ୍ଷଟି ଗଧ ରହିଥିବାର ରିପୋର୍ଟରେ କୁହାଯାଇଛି | ତେବେ ଏହି ସଂଖ୍ୟାକୁ ଆକଳନ କଲେ ୨୦୧୨ ଗଣନା ତୁଳନାରେ ଗାଈଙ୍କ ସଂଖ୍ୟା ୧୮ ପ୍ରତିଶତ ବଢ଼ିଥିବାର କୁହାଯାଇଛି |

୨୦୧୨ ତୁଳନାରେ ବିଦେଶୀ ପ୍ରଜାତିର ଗାଈଙ୍କ ସଂଖ୍ୟା ୩.୯ କୋଟିରୁ ବଢି ୫ କୋଟିରେ ପହଁଚିଯାଇଛି | ଅନ୍ୟପଟେ ଗଧଙ୍କ ସଂଖ୍ୟା ୨୦୧୨ ତୁଳନାରେ ୬୧ ପ୍ରତିଶତ କମିଯାଇଛି | ୨୦୧୨ରେ ୩.୨ ଲକ୍ଷ ଗଧ ଥିବାବେଳେ ଏବେ ମାତ୍ର ୧.୨ ଲକ୍ଷ ଗଧ ରହିଛନ୍ତି |

ସମ୍ବନ୍ଧିତ ଖବର